ଲେଉଟୁଛି ଶୀତ, ୩ଦିନରେ ଅସହ୍ୟ ଶୀତରେ ଥରିବ ଓଡିଶା

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟକୁ ପୁଣି ଫେରିଛି ଶୀତ। ଆଗାମୀ ୩ଦିନରେ ଅସହ୍ୟ ଶୀତରେ ଥରିବ ଓଡିଶା। ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଧୀରେ ଧୀରେ କମି ୩ରୁ ୫ଡିଗ୍ରୀ ସେଲସିୟମ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୪ଦିନ ଧରି ଲାଗିରହିଥିବା ବର୍ଷା କମିଛି।
ତଥାପି ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଆଜିଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ ସକାଳୁଆ ସମୟରେ ରାଜ୍ୟରେ ହାଲୁକା କୁହୁଡ଼ିର ଦେଖାଦେବ। ୨୦ ତାରିଖ ପର୍ଯ୍ୟନ୍ତ ସକାଳୁଆ କୁହୁଡ଼ି ଲାଗି ରହିବ। କେତେକ ସ୍ଥାନରେ ଘନ କୁହୁଡ଼ିର ମଧ୍ୟ ସମ୍ଭାବନା ରହିଛି।