Below header

ଓଡ଼ିଶା ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ନିଯୁକ୍ତ ହେଲେ ନିକୁଞ୍ଜ ବିହାରି ଧଳ

ଓଡ଼ିଶା ସରକାର ଆଜି ୧୯୯୯ ମସିହା ବ୍ୟାଚ୍‌ ଓଡ଼ିଶା କ୍ୟାଡର IAS ନିକୁଞ୍ଜ ବିହାରି ଧଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର (SRC) ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ଧଳ ଏବେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସହ ଅତିରିକ୍ତ ଦାୟିତ୍ୱ ଭାବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବକାରୀ ବିଭାଗ, ଅଧ୍ୟକ୍ଷ ଗ୍ରୀଡକୋ ଓ ଅଧ୍ୟକ୍ଷ ରାଜ୍ୟ ମଦ ନିଗମର ଦାୟିତ୍ୱ ତୁଲାଉଛନ୍ତି ।

ଭୁବନେଶ୍ୱର : ଓଡ଼ିଶା ସରକାର ଆଜି ୧୯୯୯ ମସିହା ବ୍ୟାଚ୍‌ ଓଡ଼ିଶା କ୍ୟାଡର IAS ନିକୁଞ୍ଜ ବିହାରି ଧଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର (SRC) ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ଧଳ ଏବେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସହ ଅତିରିକ୍ତ ଦାୟିତ୍ୱ ଭାବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବକାରୀ ବିଭାଗ, ଅଧ୍ୟକ୍ଷ ଗ୍ରୀଡକୋ ଓ ଅଧ୍ୟକ୍ଷ ରାଜ୍ୟ ମଦ ନିଗମର ଦାୟିତ୍ୱ ତୁଲାଉଛନ୍ତି ।

ଏଥିସହ ସେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମୁଖ୍ୟ ଭାବେ ମଧ୍ୟ ଅଛନ୍ତି । ଏ ନେଇ ସରକାରଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । SRC ଥିବା ପ୍ରଦୀପ କୁମାର ଜେନା ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତ ହେବା ପରେ ଶ୍ରୀ ଧଳଙ୍କୁ SRC ଭାବେ ନିଯୁକ୍ତି ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.