ଦକ୍ଷିଣ ମେରୁ ଯିବେ ପ୍ରଥମ ଓଡ଼ିଆ ଝିଅ ନିବେଦିତା, ଆଣ୍ଟାର୍କଟିକା ନେତୃତ୍ୱ ଅଭିଯାନ କାର୍ଯ୍ୟକ୍ରମରେ ହୋଇଛନ୍ତି ସାମିଲ

ସମ୍ବଲପୁର (କେନ୍ଯୁଜ୍) : ଦକ୍ଷିଣ ମେରୁ ଯିବେ ଓଡ଼ିଆ ଝିଅ ନିବେଦିତା । ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଦକ୍ଷିଣ ମେରୁ ଗସ୍ତ କରିବେ। ଆଣ୍ଟାର୍କଟିକା ନେତୃତ୍ୱ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ନିବେଦିତା ବିଶ୍ୱାଳ ।

ଆଣ୍ଟାର୍କଟିକାରେ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଶିକ୍ଷଣ ନେବେ ନିବେଦିତା। ଏହି କାର୍ଯ୍ୟକ୍ରମ ପାଇଁ ବିଶ୍ୱ ସ୍ତରରେ ବିଭିନ୍ନ କୋଣରୁ ୯୦ ଜଣଙ୍କୁ ଚୟନ କରାଯାଇଛି। ୯୦ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ନିବେଦିତା ଅଛନ୍ତି । ଏନେଇ ନିବେଦିତା ଟ୍ଵିଟ କରି ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଲୋଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.