ଓଡ଼ିଶାକୁ ନାହିଁ ବାତ୍ୟା ‘ଅସାନୀ’ର ବିପଦ : ଆଇଏମଡି ଡିଜି

କେନ୍ଯୁଜ୍: ଆସୁଛି ବାତ୍ୟା ଅସାନୀ। ବଙ୍ଗୋପସାଗରରେ ଲଘୁଚାପ। ଗତକାଲି ସଂଧ୍ୟାରେ ଘୂର୍ଣ୍ଣିବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଭାରତ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଆଜି ପୂର୍ବ ଆଡକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଧିରେ ଧିରେ ପୂର୍ବ-ଉତ୍ତର-ପୂର୍ବ ଆଡକୁ ଗତି କରୁଛି । ୧୯ ତାରିଖ ସକାଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୱେଲମାର୍କ ଲୋପ୍ରେସରରେ ପରିଣତ ହେବ । ଏହା ପରେ ଦିଗରେ ପରିବର୍ତ୍ତନ ହେବ ।

୧୯ ତାରିଖରେ ୱେଲମାର୍କ ଲୋପ୍ରେସର ଉତ୍ତର-ଉତ୍ତର-ପଶ୍ଚିମ ଆଣ୍ଡାମାନ ସାଗରକୁ ଗତି କରିବ । ୨୦ ତାରିଖରେ ଅପପାତରେ ପରିଣତ ହେବ । ୨୧ରେ ବାତ୍ୟାର ପରିଣତ ହେବ । ଧିରେ ଧିରେ ଉତ୍ତର-ଉତ୍ତରପୂର୍ବ ବାଂଲାଦେଶ ଓ ମିଆଁମାରରେ ୨୩ ଲ୍ୟାଣ୍ଡଫଲ କରିବ। ଆଣ୍ଡାମାନରେ ୧୮ରୁ ପବନ ବୋହିବ । ୧୯ତାରିଖରେ୪୫ରୁ ୫୦ କିମି ବେଗରେ ପବନ ବୋହିବ । ୨୦ ତାରିଖରେ ୫୫ରୁ ୬୦ ଏବଂ ୨୧ ତାରିଖରେ ୭୫ରୁ ୮୦ କିମି ବେଗରେ ପବନ ବୋହିବ । ୧୯ରୁ ୨୧ ତାରିଖରେ ଆଣ୍ଡାମାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ତେବେ ଓଡ଼ିଶାକୁ ବାତ୍ୟା ବିପଦ ନଥିବା ଆଇଏମଡି ଡିଜି ସ୍ପଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.