କିଏ କଲା ସନ୍ନି ଲିଓନଙ୍କ ଏମିତି ଅବସ୍ଥା ! ସନ୍ନିଙ୍କ ଓଠରୁ ଝରୁଛି ଧାର ଧାର ରକ୍ତ

ଅଭିନେତ୍ରୀ ସନ୍ନି ଲିଓନ ସୋସିଆଲ ମିଡିଆରେ ଅପଡେଟ୍‌ ପାଇଁ ଚର୍ଚ୍ଚାରେ ରୁହନ୍ତି। ଏବେ ପୁଣିଥରେ ସନ୍ନି ଏମିତି ଏକ ଭିଡିଓ ସେୟାର କରିଛନ୍ତି, ଯାହା ପାଇଁ ଫ୍ୟାନ୍ସଙ୍କ ହୃଦସ୍ପନ୍ଦନ ବଢିଯାଇଛି। ଏହି ଭିଡିଓରେ ସନ୍ନିଙ୍କ ଅବସ୍ଥା ଦେଖି ଫ୍ୟାନ୍ସ ନିଶ୍ଚିତ ଚମକି ପଡିଛନ୍ତି।

ଭାଇରଲ ହେଉଥିବା ଫଟୋରେ ସନ୍ନି ଲିଓନ ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ଆହତ ହୋଇ ରକ୍ତ ବୋହୁଥିବା ନଜର ଆସିଛନ୍ତି। କଟି ଯାଇଥିବା ଓଠ, ଆଣ୍ଠୁ ଖଣ୍ଡିଆ ହେବା ଭିଡିଓ ଦେଖିବାକୁ ମିଳିଛି। କିନ୍ତୁ ସନ୍ନିଙ୍କ ପ୍ରତିକ୍ରିୟା ଦେଖି ପ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

 

View this post on Instagram

 

A post shared by Sunny Leone (@sunnyleone)

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସନ୍ନିଙ୍କୁ ସତରେ ନୁହେଁ ଅଭିନୟ ପାଇଁ ଏମିତି ରୂପ ଧାରଣ କରିଛନ୍ତି। ଭିଡିଓରେ ସନ୍ନି କ୍ୟାପସନ ଳେଖିଛନ୍ତି, ‘ଏଜେଣ୍ଟ ଏମଙ୍କ ଜୀବନରେ ଏହା ଏକ ସାମାନ୍ୟ ଦିନ !’ ସନ୍ନି ଏବେ ବିକ୍ରମ ଭଟ୍ଟଙ୍କ ୱେବ ସିରିଜ ‘ଅନାମିକା’ରେ ନଜର ଆସୁଛନ୍ତି। ଏହି ୱେବସିରିଜ ୧୦ ମାର୍ଚ୍ଚକୁMX Player ରେ ଷ୍ଟ୍ରିମ ହେବ। ଏହା ଏକ ସ୍ପାଇ ଥ୍ରୀଲର। ଯେଉଁଥିରେ ସନ୍ନି ଆକ୍ସନ ସିନ୍‌ କରୁଥିବାର ନଜର ଆସିବେ। ଖାସ୍‌ ଏଥିପାଇଁ ସନ୍ନି ଗନ ଫୁ ଏବଂ ଉମା ଥରମନଙ୍କ ଠାରୁ ମୋର୍ସଲ ଆର୍ଟସ ଏବଂ ତଲଓ୍ଵାର ଚାଳନା ଟ୍ରେନିଂ ନେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.