ମୁକେଶ ଅମ୍ବାନୀଙ୍କ ନାତି ପୃଥ୍ଵୀର ଫଟୋ ହେଲା ଭାଇରାଲ, ମମ୍‌ ଶ୍ଲୋକାଙ୍କ ସହ ଆସିଲା ନଜର; ଦେଖନ୍ତୁ କେତେ କ୍ୟୁଟ୍‌…

ମୁକେଶ ଅମ୍ବାନୀଙ୍କ ନାତି ପୃଥ୍ଵୀ ଅମ୍ବାନୀ ଆଜି ମୁମ୍ବାଇରେ ମମ୍‌ ଶ୍ଲୋକା ଅମ୍ବାନୀଙ୍କ ସହିତ ସ୍ପଟ୍‌ ହୋଇଛନ୍ତି। ପୃଥ୍ଵୀ, ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ପୁଅ। ଆକାଶଙ୍କର ୨୦୧୯ରେ ଶ୍ଲୋକାଙ୍କ ସହିତ ବିବାହ ହୋଇଥିଲା। ଏହି ଫଟୋରେ ଦେଖାଯାଇ ପାରିବ ଯେ ପୃଥ୍ଵୀଙ୍କୁ ଶ୍ଲୋକା କାଖେଇ ଧରିଛନ୍ତି। ଏମିତି ଲାଗୁଛି ଯେମିତି ସେ ପୁଅକୁ ସ୍କୁଲ ନେଇ ଯାଉଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ଏବଂ ଲୋକେ ଏହା ଉପରେ ଖୁବ୍‌ କମେଣ୍ଟସ୍‌ ମଧ୍ୟ ଦେଉଛନ୍ତି।

କହି ରଖୁଛୁ, ପୃଥ୍ଵୀଙ୍କୁ ପ୍ରେମରେ ‘ପ୍ରିନ୍ସ ଅଫ୍‌ ଇଣ୍ଡିଆ’ ବି କୁହାଯାଇଥାଏ। ପୃଥ୍ଵୀ ଅମ୍ବାନୀଙ୍କ ଜନ୍ମ ୨୦୨୦, ଡିସେମ୍ବର ୧୦ରେ ହୋଇଥିଲା। ଆକାଶ ଓ ଶ୍ଲୋକାଙ୍କ ବିବାହ ମାର୍ଚ୍ଚ ୯, ୨୦୧୯ରେ ହୋଇଥିଲା। ଏହି ବିବାହ ସାରା ବିଶ୍ୱରେ ଖୁବ୍‌ ଚର୍ଚ୍ଚାରେ ରହିଥିଲା।

ପରେ ପୃଥ୍ଵୀଙ୍କ ଜନ୍ମ ସମୟରେ ଅମ୍ବାନୀ ପରିବାର ଏକ ବୟାନରେ କହିଥିଲେ କି, ‘ଭଗବାନ କୃଷ୍ଣଙ୍କ କୃପା ଏବଂ ଆଶୀର୍ବାଦରୁ ଶ୍ଲୋକା ଓ ଆକାଶ ଅମ୍ବାନୀ ଆଜି ମୁମ୍ବାଇରେ ଏକ ସନ୍ତାନର ମାତାପିତା ହୋଇଛନ୍ତି। ନୀତା ଓ ମୁକେଶ ଅମ୍ବାନୀ ପ୍ରଥମ ଥର ଦାଦା, ଦାଦୀ ହୋଇ ଖୁସି ଅଛନ୍ତି। ସେମାନେ ଧୀରୁଭାଈ ଓ କୋକିଲାବେନ ଅମ୍ବାନୀଙ୍କ ଅଣନାତିକୁ ସ୍ୱାଗତ କରିଛନ୍ତି…। ନୂଆ ସଦସ୍ୟଙ୍କ ଆଗମନ ପୂରା ମେହତା ଓ ଅମ୍ବାନୀ ପରିବାରକୁ ଅପାର ଖୁସି ଦେଇଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.