ରାଜ୍ୟରେ ଖୋଲା ରହିବ ସବୁ ପେଟ୍ରୋଲ ପମ୍ପ, ବିକ୍ଷୋଭ ଓ ଧର୍ମଘଟ ଡାକରା ଦିଆଯାଇ ନାହିଁ : ସଞ୍ଜୟ ଲାଠ

(କେନ୍ୟୁଜ): ଉତ୍କଳ ପେଟ୍ରୋଲିୟମ ଆସୋସିଏସନ୍ ପକ୍ଷରୁ କୌଣସି ଧର୍ମଘଟ ହେବ ନାହିଁ । ରାଜ୍ୟରେ ଖୋଲା ରହିବ ସବୁ ପେଟ୍ରୋଲ ପମ୍ପ । ଏନେଇ ସୂଚନା ଦେଇଛନ୍ତି ଉତ୍କଳ ପେଟ୍ରୋଲିୟମ୍ ସଂଘ ସମ୍ପାଦକ ସଞ୍ଜୟ ଲାଠ । ସେ କଳିଙ୍ଗ ଟିଭିକୁ ସୂଚନା ଦେଇ କହିଛନ୍ତି, କେନ୍ଦ୍ର ସରକାର ଭାଟ୍ କମାଇବା ଦ୍ୱାରା ପେଟ୍ରୋଲ ପମ୍ପ ଡିଲର୍ସମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି ।
ଏନେଇ ଅଲ୍ ଇଣ୍ଡିଆ ଡିଲର୍ପେଟ୍ରୋଲିୟମ୍ ଆସୋସିଏସନ୍ର କାର୍ଯ୍ୟନିର୍ବାହୀ କମିଟି ବୈଠକ ବସିଥିଲା । ଏଥିରେ କ୍ଷତି ନେଇ ତୈଳ କମ୍ପାନୀ ଓ ପେଟ୍ରୋଲିୟମ୍ ମନ୍ତ୍ରାଳୟ ଦାବି ଉପସ୍ଥାପନ କରାଯାଇଛି । ବୈଠକରେ ନିଷ୍ପତ୍ତି ହୋଇଛି କୌଣସି ପ୍ରତିବାଦ କରି ଗ୍ରାହକଙ୍କୁ ହଇରାଣ କରାଯିବନି । ଏନେଇ କୌଣସି ବିକ୍ଷୋଭ ଓ ଧର୍ମଘଟ ଡାକରା ଦିଆଯାଇ ନାହିଁ ବୋଲି ସଞ୍ଜୟ ଲାଠ କହିଛନ୍ଚି । ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସଞ୍ଜୟ ଲାଠ୍ ।