ବିନ୍ଦାସ୍‌ ଚୋର: ୩୫ ବର୍ଷରେ ୫୦୦ ଚୋରି, କୋଟି ଟଙ୍କାର ଚୋରା ଧନରେ ବୁଲୁଥିଲା ବିଦେଶ

କେନ୍ୟୁଜ୍(ବ୍ୟୁରୋ): କମିଶନରେଟ ପୋଲିସ ହାତରେ କୁଖ୍ୟାତ ଚୋର । ହେମନ୍ତ ଦାସ ନାମକ ଚୋରକୁ ଧରିଛି କମିଶନରେଟ ପୋଲିସ । ଭୁବନେଶ୍ବରର ନାମୀ  କଲେଜରେ ପାଠ ପଢୁଥିଲା ହେମନ୍ତ । ୧୯୯୦ ମସିହାରେ ଚୋରି କରି ପ୍ରଥମ ଥର ଜେଲ ଯାଇଥିଲା । ରାଜ୍ୟ ଓ ରାଜ୍ୟ ବାହାରେ ପ୍ରାୟ ୫୦୦ଟି ଚୋରି କରିଛି । କମିଶନରେଟ ପୋଲିସ ଅଧିନରେ ତା ନାଁରେ ୧୦୦ଟି ଅଭିଯୋଗ ହୋଇଛି । ସିସିଟିଭିରୁ ଚୋର ବିଷୟରେ ଜାଣିବାକୁ ପାଇଥିଲା  ପୋଲିସ । ୪ରୁ ୫ କୋଟି ଟଙ୍କା ଚୋରି କରି ରୋଜଗାର କରିଥିବା ପୋଲିସ ପାଖରେ ସ୍ୱୀକାର କରିଛି  ଚୋର ହେମନ୍ତ ଦାସ।

ମୁଖ୍ୟତଃ ଟଙ୍କା ଚୋରି କରେ ହେମନ୍ତ । ଲୁହା ରଡ଼ ସାହାଯ୍ୟ ରେ ସେ ବିଭିନ୍ନ ଜାଗାରେ ଚୋରି କରିଥୁଲା ।ଚୋରି ଟଙ୍କାରେ ବିଭିନ୍ନ ଦେଶବିଦେଶ ବୁଲି ବିଳାସମୟ ଜୀବନ ବିତାଏ ଏହି ଚୋର। ଚୋରି ଟଙ୍କାରେ ସୁନ୍ଦରୀ ଯୁବତୀ ମାନଙ୍କ ସହ ହୋଟେଲରେ ରହୁଥିଲା ହେମନ୍ତ ।

ଏହି ଚୋର ହେମନ୍ତ ଦାସର ଘର ଲିଙ୍ଗରାଜ୍ ଅଞ୍ଚଳରେ ବୋଲି ସୂଚନା ମିଳିଛି। ଆଜି କଟକ ଅଞ୍ଚଳରୁ ଚୋରି କରିଥିବା ବେଳେ ହେମନ୍ତକୁ ଧରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କାର୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.