ନୂଆଁଖାଇ ପାଇଁ ମା’ ଙ୍କ ପାଖରେ ଲାଗି ହେଲା ନୂଆ ସିନ୍ଦୁର, ଆସନ୍ତା କାଲି ହେବ ନବାନ୍ନ ଲାଗି

ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖରିତ। ଆସନ୍ତାକାଲି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା । ଘରେ ଘରେ ଉତ୍ସାହର ମାହୋଲ ଜମିଲାଣି । ଦୂରଦୂରାନ୍ତରୁ ପରିବାର ସଦସ୍ୟ ଘରକୁ ଆସିଲେଣି । ନୂଆଁଖାଇ ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତେ । ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟ ଇଷ୍ଟଦେବୀଙ୍କ ଠାରେ ଅର୍ପଣ କରିବାର ପର୍ବ ହେଉଛି କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ।

ନୂଆଁଖାଇ ପାଇଁ ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହୋଇଛି ନୂଆ ସିନ୍ଦୁର । ପ୍ରଥମେ ଶ୍ରୀ ଗଣେଶଙ୍କୁ ଆବାହନ କରି ପୂଜାର୍ଚନା କରିବା ପରେ ମା’ ସମଲେଶ୍ୱରୀଙ୍କ ପାର୍ଶ୍ଵରେ ଥିବା ଦେବଦେବି ମାନଙ୍କୁ ନୂତନ ସିନ୍ଦୁର ଲାଗି କରାଯାଇଥିଲା । ପୂଜକ ମାନେ ମିଶି ଏହି କାର୍ଯ୍ୟ ସମାପନ କରିଥାନ୍ତି । ସିନ୍ଦୁର ଲାଗି ପରେ ମନ୍ଦିରର ଚତୁଃପାର୍ଶ୍ୱକୁ ସଫା କରାଯାଇଥାଏ। ଏହାପରେ ମା’ ଙ୍କ ଠାରେ ଲାଗିଥିବା ଗହଣାକୁ ମଧ୍ୟ ସଫା କରାଯାଇଥାଏ । ମନ୍ଦିର ପ୍ରଶାସନ, ପୂଜକ ଓ ପୋଲିସର ଉପସ୍ଥିତିରେ ଏହି ଗହଣା ସଫା କରାଯାଇଥାଏ।

ନୂଆଁଖାଇ ପାଇଁ ଚଳଚଞ୍ଚଳ ମା’ ସମଲେଶ୍ୱରୀଙ୍କ ପିଠ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ନୂଆଁଖାଇ କୁ ବ୍ୟବସ୍ଥିତ ଢଙ୍ଗରେ କିପରି ପାଳନ କରାଯିବ ସେନେଇ ସମସ୍ତ ପ୍ରକାର ଭକ୍ତ ମାନଙ୍କ ପାଇଁ ସୁବିଧା କରାଯାଇଛି l ଏଥିପାଇଁ ଆଜି ମାଁ ଙ୍କ ପୂଜକ ମାନେ ମାଁ ସମଲେଶ୍ୱରୀଙ୍କ ପାର୍ଶ୍ଵରେ ଥିବା 115 ଦେବା ଦେବୀଙ୍କୁ ସିନ୍ଦୁର ଲାଗି କରାଇଛନ୍ତି । ସେହିପରି ମାଁ ଙ୍କ ଗମ୍ଭୀରା ମଧ୍ୟ ପୂଜକ ମାନେ ସଫା କରିଛନ୍ତି।

ଆସନ୍ତା କାଲି ମାଁ ଙ୍କୁ ନୁଆଁ ବେଶ କରାଯିବ । ମା’ ନୂଆ ଶାଢ଼ୀ, ଚୁଡ଼ି, ଗହଣା, ମନ୍ଦାର ମାଳ ଆଦିରେ ନୂତନ ବେଶ ହେଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଆସନ୍ତ କାଲି ସକାଳ ୧୦.୨୭ ମିନିଟ ରୁ ୧୦.୪୨ ମିନିଟ ମଧ୍ୟରେ ନବାର୍ଣ୍ଣ ଲାଗି ହେବ।ଏଥିପାଇଁ ମନ୍ଦିର ରେ ସକାଳ 6 ଟାରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗିବ। ଭିଡ଼ କୁ ଦୃଷ୍ଟିରେ ରଖି ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯିବ । ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କଠାରେ କାଲି ନବାନ୍ନ ଲାଗି ହେବ । ଚାଷୀ ତାର ଉତ୍ପାଦିତ ପହିଲି ଶସ୍ୟକୁ ନିଜର ଜମିରେ ପୂଜା କଲା ପରେ ଇଷ୍ଟଦେବୀଙ୍କୁ ଅର୍ପଣ କରି ନବାନ୍ନ ଗ୍ରହଣ କରିଥାନ୍ତି । ନୂଆଁ ଖାଇବା ପରେ ଭେଟଘୋଟ ହୋଇଥାଏ । ଗୁରୁଜନମାନଙ୍କୁ ସମସ୍ତେ ଜୁହାର କରିବାର ପରମ୍ପରା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.