ଦୁଇ ଦିନିଆ ରିମାଣ୍ଡରେ ଗଲା ଇରାନୀ ସ୍ବାମୀ ନିଶିକାନ୍ତ ପାତ୍ର, ମାରାଥନ୍ ଜେରା କରିବ ପୋଲିସ
ରିମାଣ୍ଡରେ ଗଲା ଇରାନିଙ୍କ ସ୍ବାମୀ ନିଶିକାନ୍ତ ପାତ୍ର ଓରଫ ବାପି। ନିଶିକାନ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ତମାଣ୍ଡୋ ଥାନା ପୋଲିସ । ପାଞ୍ଚ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ଏସଡିଏଜେଏମ କୋର୍ଟ ଦୁଇ ଦିନ ରିମାଣ୍ଡ ଅନୁମତି ଦେଇଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ରିମାଣ୍ଡରେ ଗଲା ଇରାନିଙ୍କ ସ୍ବାମୀ ନିଶିକାନ୍ତ ପାତ୍ର ଓରଫ ବାପି। ନିଶିକାନ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ତମାଣ୍ଡୋ ଥାନା ପୋଲିସ । ପାଞ୍ଚ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ଏସଡିଏଜେଏମ କୋର୍ଟ ଦୁଇ ଦିନ ରିମାଣ୍ଡ ଅନୁମତି ଦେଇଥିଲେ । ଏଯାଏ ଇରାନି ହନି ଟ୍ରାପ ମାମଲାରେ ୫ ଜଣ ଗିରଫ ହୋଇଛନ୍ତି।
ସମସ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଡିଟେଲ୍ସ ପାଇଁ ଚିଠି ଲେଖିବ ତମଣ୍ଡୋ ଥାନା ପୋଲିସ। କେତେ ଜଣଙ୍କ ଠାରୁ UPI ଆକାଉଣ୍ଟରେ କେତେ ଟଙ୍କା ନେଇଛନ୍ତି। କେତେ କ୍ୟାସରେ ନେଇଛନ୍ତି। ଏହି ଟଙ୍କା କେଉଁଠି ଲଗାଇଛନ୍ତି। ଏହି ଗ୍ୟାଙ୍ଗରେ ଆଉ କିଏ କିଏ ଅଛନ୍ତି । ଏହି ରାକେଟରେ ଅନ୍ୟ ମହିଳା ଓ ଯୁବତୀଙ୍କୁ ଲଗାଇ ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲେ କି? ରିମାଣ୍ଡ ସମୟରେ ଏସବୁ ପଚରାଉଚୁରା କରିବ ତମଣ୍ଡୋ ପୋଲିସ ।