Below header

ସଂକ୍ରମଣ ରୋକିବାକୁ ନୂଆପଡାରେ ବଡ ନିଷ୍ପତ୍ତି: ପଡୋଶୀ ରାଜ୍ୟ ଛତିଶଗଡକୁ ବସ୍‌ ଚଳାଚଳ ବନ୍ଦ କଲା ଜିଲ୍ଲା ପ୍ରଶାସନ

ନୂଆପଡା: ସଂକ୍ରମଣ ରୋକିବାକୁ ନୂଆପଡାରେ ବଡ ନିଷ୍ପତ୍ତି । ପଡୋଶୀ ରାଜ୍ୟ ଛତିଶଗଡକୁ ବସ୍‌ ଚଳାଚଳ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଏବେ ଛତିଶଗଡ ଯିବାକୁ ନୂଆପଡା ଜିଲ୍ଲାବାସୀଙ୍କୁ ବାରଣ କରାଯାଇଛି। ନୂଆପଡା ବାସିନ୍ଦା ସପିଂ କରିବାକୁ ଛତିଶଗଡ ଯାଉଛନ୍ତି । ଏଥିପାଇଁ ବସ୍‌ ଚଳାଚଳ ବନ୍ଦ କରାଯାଇଛି।

ଏନେଇ ମାଇକ ଯୋଗେ ଲୋକଙ୍କୁ ସଚେତନ କରାଯାଉଛି । ଜିଲ୍ଲାରେ ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ୱ ଦିଆଯାଇଛି । ସେପଟେ ବର୍ତ୍ତମାନ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବଢୁଛି। ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ଖୋର୍ଦ୍ଧାରେ ସଂକ୍ରମଣ ଅଧିକ ରହିଛି । ବାହାର ରାଜ୍ୟରୁ ଆସି ଏକତ୍ରିତ ହେବାରୁ ବଢୁଛି ସଂକ୍ରମଣ । ଏଥିପାଇଁ ସୀମାନ୍ତ ଜିଲ୍ଲା ଉପରେ ରହିଛି ତୀକ୍ଷ୍‌ଣ ନଜର। ସଂକ୍ରମଣ ବଢିଲେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.