Below header

କାନ୍ଥ ଉପରକୁ ଚଢ଼ିପାରୁ ନ ଥିଲା ନେଉଳ, ତ ସାଥୀମାନେ କଲେ ଏମିତି ସାହାଯ୍ୟ, ଦେଖନ୍ତୁ ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ଭିଡିଓ ସାମ୍ନାକୁ ଆସିଥାଏ, ଯାହାକି ଆମକୁ ମଣିଷପଣିଆ ଏବଂ ଜୀବନକୁ ନେଇ ଅନେକ କିଛି ଶିକ୍ଷା ଦେଇଥାଏ। ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ନେଉଳମାନେ ମଣିଷକୁ ଏକ ବଢ଼ିଆ ଉଦାହରଣ ଦେଇଛନ୍ତି। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ଏକ ନେଉଳ କାନ୍ଥ ଉପରେ ଚଢ଼ୁଥିବା ବେଳେ ତାକୁ ତା’ ସାଥୀମାନେ ସାହାଯ୍ୟ କରୁଛନ୍ତି।

ଭିଡିଓଟିକୁ ଆଇପିଏସ୍‌ ଅଫିସର ଦୀପାଂଶୁ କାବରା ଶେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପସନ ଲେଖିଛନ୍ତି କି, ‘ଓ୍ଵାନ୍‌ ଫର୍‌ ଅଲ୍‌, ଅଲ୍‌ ଫର୍‌ ଓ୍ଵାନ୍‌’। ଅର୍ଥାତ୍‌ ଜଣେ ସମସ୍ତଙ୍କ ପାଇଁ, ସମସ୍ତେ ଜଣଙ୍କ ପାଇଁ।

ଭିଡିଓରେ ଦେଖାଯାଉଛି, ଏକ କାନ୍ଥ ଉପରେ କିଛି ନେଉଳ ଅଛନ୍ତି ଏବଂ ତଳେ ଅନ୍ୟ ଏକ ନେଉଳ ଏକାକୀ ଛିଡ଼ା ହୋଇଛି। ତଳେ ଥିବା ନେଉଳ ବାରମ୍ବାର ଉପରକୁ ଚଢ଼ିବା ପାଇଁ ଚେଷ୍ଟା କରୁଛି। ତାକୁ ଦେଖି ଲାଗୁଛି, ଯେପରି ସେ ସାଥୀମାନଙ୍କ ପାଖକୁ ଯିବାକୁ ଚାହୁଁଛି। କିନ୍ତୁ ବହୁ ଚେଷ୍ଟା ସତ୍ତ୍ୱେ ସେ କାନ୍ଥ ଚଢ଼ିପାରୁ ନାହିଁ। ସେପଟେ ସାଥୀମାନେ ମଧ୍ୟ ତାକୁ କାନ୍ଥ ଉପରକୁ ଚଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି। ତଥାପି ନେଉଳଟି ତଳେ ପଡ଼ିଯାଉଛି। ଏତିକି ବେଳେ ଏକ ସାଥୀ ନେଉଳ ତଳେ ଥିବା ନେଉଳକୁ ନିଜ ମୁହଁରେ ଧରି ଉପରକୁ ଟାଣି ଆଣୁଛି ଏବଂ ନେଉଳଟି କାନ୍ଥ ଉପରକୁ ଚଢ଼ି ଆସୁଛି।

ଲୋକଙ୍କୁ ଭିଡିଓଟି ଖୁବ୍‌ ପସନ୍ଦ ଆସୁଛି। ଖରାପ ସମୟରେ ଜଣେ ଜଣକୁ ସାହାଯ୍ୟ କରିବାକୁ ଏହି ଭିଡିଓ ଶିକ୍ଷା ଦେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.