ବାଲି ମାଫିଆଙ୍କୁ ଗିରଫ ନକଲେ କଲମ ଛାଡ଼ ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ OAS ସଙ୍ଘ

କରଞ୍ଜିଆ:  ଗତ ୨୩ ତାରିଖରେ ବୈତରଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ ରରୁଆଁ ଅତିରିକ୍ତ ତହସିଲଦାର ବିରସେନ ବେହେରା ଏବଂ ଅମିନ ପ୍ରଭାତ ବେହେରା । ସେ ନେଇ ଘାଗରବେଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦିନ ସମୟରେ ଅତିରିକ୍ତ ତହସିଲଦାର ଏବଂ ଅମିନ ରରୁଆଁ ତହସିଲ ଅନ୍ତର୍ଗତ ସଗଡ଼ା ଗ୍ରାମ ନିକଟ ବୈତରଣୀ ନଦୀରେ ବାଲି ବେଆଇନ ଭାବେ ଚାଲିଥିବା ଖବର ପାଇ ଅଫିସ ଗାଡି ନେଇ ଯାଇଥିଲେ। ତେବେ ସେହି ସମୟରେ ବାଲି ଘାଟ ନିକଟରେ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ ଅତିରିକ୍ତ ତହସିଲଦାର ।

ଘଟଣା ସ୍ଥଳରୁ କୌଣସି ମତେ ବାହାରି ଘାଗରବେଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସଂପୃକ୍ତ ଘଟଣା ରେ ସମ୍ପୃକ୍ତ ଥିବା ବ୍ଯକ୍ତି ମାନକୁ ଦୁଇଦିନ ଭିତରେ ଗିରଫ ଦାବି କରିଛନ୍ତି OAS ସଙ୍ଘ । ଏନେଇ କରଞ୍ଜିଆ ଉପଜିଲ୍ଲାପାଳ କାର୍ଯ୍ୟଳୟରେ ଥିବା ମିଟିଂ ହଲ କରଞ୍ଜିଆ ଉପଖଣ୍ଡ ରେ OAS ସଙ୍ଘ ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେଇଯାଇଛି ।

ଦୁଇଦିନ ଭିତରେ ବାଲି ମାଫିଆ ଗିରଫ ନହେଲେ କଲମ ଛାଡ଼ ଆନ୍ଦୋଳନ କରିବେ ବୋଲି OAS ସଙ୍ଘ ଚେତାବନୀ ଦେଇଛନ୍ତି । ଦୁଇ ଦିନ ଭିତରେ ପୋଲିସ ଗିରଫ ନକଲେ କରଞ୍ଜିଆ ଉପଖଣ୍ଡ ର ସମସ୍ତ OAS କଲମ ଛାଡ଼ ଆନ୍ଦୋଳନ ରେ ସାମିଲ ହେବେ । ଏପର୍ଯ୍ୟନ୍ତ ଅତିରିକ୍ତ ତହସିଲଦାର ଆକ୍ରମଣରେ ଦୁଇଜଣକୁ ଗିରଫ କରିଛନ୍ତି ଘାଘରବେଡା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.