ଆଜି ମଇଦାନରେ ପରସ୍ପରକୁ ଟକ୍କର ଦେବେ ମୁମ୍ବାଇ ଏବଂ ବାଙ୍ଗାଲୋର, ୨ ପଏଣ୍ଟ ପାଇଁ ହେବ ଲଢେଇ

ଆଇପିଏଲ୍‌ ସିଜିନ ୧୩ର ୪୮ତମ ମ୍ୟାଚରେ ମୁହାଁମୁହିଁ ହେବ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଦୁହିଁଙ୍କ ନଜର ମ୍ୟାଚ ଜିତିବାରେ ରହିବ। ଏହି ମ୍ୟାଚ ଜିତି ପ୍ଲେ ଅଫରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଉଭୟ ଦଳ। ଆହତ ହେବା ଯୋଗୁଁ ରୋହିତ ଶର୍ମା ଲଗାତାର ତୃତୀୟ ମ୍ୟାଚରୁ ବାଦ୍‌ ପଡିଛନ୍ତି। ଆଜି ମ୍ୟାଚ ୭.୩୦ରେ ଆବୁଧାବିରେ ଆରମ୍ଭ ହେବ।

ମୁମ୍ବାଇ ଗତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୮ ଓ୍ଵିକେଟରେ ହାରିଥିଲା। ମୁମ୍ବାଇ ପାଖରେ ଏବେ ୧୪ ପଏଣ୍ଟ ରହିଛି। ସେହିପରି ବାଙ୍ଗାଲୋରର ମଧ୍ୟ ୧୪ ପଏଣ୍ଟ ରହିଛି। ଆଇପିଏଲ୍‌ ରେକର୍ଡ ମୁତାବକ ମୁମ୍ବାଇ ଏବଂ ବାଙ୍ଗାଲୋର ମଧ୍ୟରେ ଏପର୍ଯ୍ୟନ୍ତ ୨୬ଟି ମୁକାବିଲା ହୋଇଛି। ଯେଉଁଥିରୁ ମୁମ୍ବାଇ ୧୬ଟି ମ୍ୟାଚ ଏବଂ ବାଙ୍ଗାଲୋର ୧୦ଟି ମ୍ୟାଚ ଜିତିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.