ଆସାମରେ କାର୍ଯ୍ୟରତ ଓଡ଼ିଆ ବିଏସଏଫ ଯବାନ ସହିଦ

ଟାଙ୍ଗି (କେନ୍ୟୁଜ୍‌) : ଆସାମ ସିଲଂରେ କାର୍ଯ୍ୟରତ ଓଡିଆ ବିଏସଏଫ ଯବାନ ସହିଦ। ଏହି ଯବାନଙ୍କ ଖୋରଧା ଜିଲ୍ଲା ନିରାକାରପୁର ଥାନା ଲେଣ୍ଡୋ ପଞ୍ଚାୟତ ଅନ୍ତର୍ଗତ ଅରାଞ୍ଚଳ ଗାଁରେ । ତାଙ୍କ ନାଁ ଜୟପ୍ରକାଶ ମହାପାତ୍ର ଓରଫ କାଳିଆ । ସୀମା ସୁରକ୍ଷା ବାହିନୀରେ କାର୍ଯ୍ୟରତ ଥିବା ବେଳେ ଦୁର୍ଘଟଣା ଘଟି ସହିଦ ହୋଇଛନ୍ତି । ଜୟପ୍ରକାଶଙ୍କ ମୃତ୍ୟୁ ଖବର ମିଳିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ଆସନ୍ତାକାଲି ତାଙ୍କର ପାର୍ଥିବ ଶରୀର ଜନ୍ମମାଟିରେ ଆସି ପହଞ୍ଚିବ ବୋଲି ସୂଚନା ମିଳିଛି । ଜୟପ୍ରକାଶଙ୍କ ମୃତ୍ୟୁ ଖବର ପାଇ ତାଙ୍କର ପତ୍ନୀ ଓ ଏକମାତ୍ର ଝିଅ ଭାଙ୍ଗି ପଡିଛନ୍ତି। ଜୟପ୍ରକାଶଙ୍କ ଝିଅ ଏଥର ହାଇସ୍କୁଲ ପରୀକ୍ଷା ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.