ଆସନ୍ତା ୧୨ ମଇ ହେଉଛି ଖାସ ଦିନ, ଏହି ଦିନ ଏମିତି ଉପାୟ କରିବା ଦ୍ୱାରା ସାରା ବର୍ଷ ରହିଥାଏ ମା’ଲକ୍ଷ୍ମୀଙ୍କ କୃପା

ହିନ୍ଦୁ ଧର୍ମରେ କିଛି ବି ଶୁଭ କାମ କରିବା ପାଇଁ ଭଲ ଦିନ ଓ ମୂହୁର୍ତ୍ତ ଦେଖାଯାଏ । ଏମିତି ମନାଯାଏ ଯେ ଶୁଭ ସମୟରେ କରାଯାଇଥିବା କାମରେ ସଫଳତା ମିଳିବାର ଅଧିକ ସମ୍ଭାବନା ଥାଏ । ଆଜିର ସମୟରେ କୌଣସି ବି ମାଙ୍ଗଳିକ କାର୍ଯ୍ୟ କରିବା ପୂର୍ବରୁ ଶୁଭ ସମୟ ଦେଖାଯାଇଥାଏ । ଯଦି ଆପଣ କିଛି ବିଶେଷ କାମ କରିବା ପାଇଁ ଭଲ ଦିନ ଖୋଜୁଥାନ୍ତି ତେବେ ଆସନ୍ତା ୧୨ ମଇ ସବୁଠୁ ଉତ୍କଷ୍ଟ ସମୟ । ଏହି ଦିନ ସବୁଠୁ ଶୁଭ ଯୋଗ ବନୁଛି । ଜାଣନ୍ତୁ ଏହି ଦିନ କ’ଣ ଉପାୟ ସବୁ କରିବେ ଯାହା ଫଳରେ ମା’ ଲକ୍ଷ୍ମୀଙ୍କ କୃପା ପାଇପାରିବେ ।

୧୨ ମଇରେ ସୃଷ୍ଟି ହେଉଛି ଶୁଭ ଯୋଗ

ଏହି ଦିନ ଏମିତି ଉପାୟ କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ ।

୧୨ ମଇ କାହିଁକି ଖାସ୍‌ : ଏହି ଦିନ ସବୁଠୁ ଶ୍ରେଷ୍ଠ ଏକାଦଶୀ ପଡ଼ୁଛି । ଏହା ସହ କିଛି ଶୁଭ ଯୋଗ ମଧ୍ୟ ସୃଷ୍ଟି ହେଉଛି । ଏହାକୁ ଶୁଭ ହର୍ଷଣ ଯୋଗ କୁହାଯାଉଛି । ଏହା ସହ ୩ ଗ୍ରହ ନିଜ ରାଶିରେ ରହିବେ । ଏଥିରେ ଚନ୍ଦ୍ରମା ନିଜ ରାଶି କନ୍ୟାରେ ରହିବେ, ଶନି କୁମ୍ଭରେ ଓ ଗୁରୁ ମୀନ ରାଶିରେ ରହିବେ । ଜ୍ୟୋତିଷ ଅନୁସାରେ ଏହି ଦିନ ପୂଜା ପାଠ ଓ ବ୍ରତ କରିବା ଯୋଗୁ କେବେ ବି କ୍ଷୟ ହେଉନଥିବା ପୁଣ୍ୟ ପ୍ରାପ୍ତ ହୋଇଥାଏ ।

ଧନ ପ୍ରାପ୍ତି ପାଇଁ ୧୨ ମଇରେ ଏଥି ମଧ୍ୟରୁ କୌଣସି ବି ଉପାୟ କରନ୍ତୁ :

ଏହି ଦିନ ତୁଳସୀ ବୃକ୍ଷ ଆଗରେ ଘିଅ ଦୀପ ଜଳାନ୍ତୁ ଓ ୧୧ ଥର ତୁଳସୀ ବୃକ୍ଷକୁ ପରିକ୍ରମା କରନ୍ତୁ ।

ସନ୍ଧ୍ୟା ସମୟରେ ଦୁଧ ଓ ଗଙ୍ଗା ଜଳରେ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦିଅନ୍ତୁ ଓ କୌଣସି ଯୋଗ୍ୟ ବ୍ରାହ୍ମଣଙ୍କୁ ଘିଅ କଳସ,ଦହି, ଧଳା କପଡ଼ା ଇତ୍ୟାଦି ଦାନ କରନ୍ତୁ ।

ଅଶ୍ୱସ୍ଥ ଗଛରେ ଜଳ ଚଢ଼ାନ୍ତୁ ଓ ଘିଅ ଦୀପ ଜଳାନ୍ତୁ ।

ଶ୍ରୀମଦ ଭାଗବତ ପାଠ କରନ୍ତୁ ।

ଏକାଦଶୀ ବ୍ରତ କଥା ପଢ଼ନ୍ତୁ ।

ଏହି ଦିନ ପୂଜା ସମୟରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଆରତୀ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.