ଏଭରେଷ୍ଟରେ ଓଡ଼ିଆ ପୁଅ ସିଦ୍ଧାର୍ଥ ରାଉତରାୟ, ଉଡ଼ାଇଲେ ଜାତୀୟ ପତାକା ଓ ମହାପ୍ରଭୁ ଜଗନ୍ନାଥଙ୍କ ବାନା
ଭୁବନେଶ୍ବର(କେନ୍ୟୁଜ୍):ଏଭରେଷ୍ଟରେ ଓଡ଼ିଆ ପୁଅ ସିଦ୍ଧାର୍ଥ ରାଉତରାୟ । ଏଭରେଷ୍ଟରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ । ଏଭରେଷ୍ଟରେ ଉଡ଼ାଇଲେ ଜାତୀୟ ପତାକା । ଏହା ପୂର୍ବରୁ ତିନିଟି ମହାଦେଶର ତିନୋଟି ଉଚ୍ଚତମ ଗିରିଶୃଙ୍ଗକୁ ସେ ସଫଳତାର ସହ ଆରୋହଣ କରିଛନ୍ତି ।
ଉତ୍ତର ଆମେରିକାର ମାଉଣ୍ଟ ଦେନ୍ନାଲି, ଦକ୍ଷିଣ ଆମେରିକାର ମାଉଣ୍ଟ ଆକୋନ୍କାଗୁଆ ଓ ଆଫ୍ରିକାର କିଲିମାଞ୍ଜେରୋ । ସେହିପରି ସାତୋଟି ମହାଦେଶର ସାତୋଟି ଶିଖର ଆରୋହଣ ସହ ଶ୍ରୀଜଗନ୍ନାଥ ମନ୍ଦିରର ବାନା ଉଡ଼ାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ସିଦ୍ଧାର୍ଥ ରାଉତରାୟ । ଜଟଣୀର କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ଏବେ ଆମେରିକାର ସିଲିକନ ଭ୍ୟାଲିରେ ରହୁଛନ୍ତି ।