Below header

ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସଂସ୍କାର

ଭୁବନେଶ୍ବର(କେନ୍ୟୁଜ୍): ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର । ୮୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି କମଳ ଦେଶର ରାଜକୁମାର ଭାବେ ପରିଚିତ ଏହି ବର୍ଷିୟାନ୍‌ ସଙ୍ଗୀତଜ୍ଞ। ଗତକାଲି ରାତିରେ ଭୁବନେଶ୍ୱରସ୍ଥିତ ସତ୍ୟନଗର ବାସଭବନରେ ତାଙ୍କର ପରଲୋକ ହୋଇଛି। ତାଙ୍କ ପରଲୋକ ଖବର ପାଇବା ପରେ ସଙ୍ଗୀତ ଦୁନିଆ ସ୍ତବ୍ଧ ହୋଇଯାଇଛି।

ସଙ୍ଗୀତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ୧୯୩୯ ଫେବୃୟାରୀ ୧୬ରେ ପୁରୀରେ ଜନ୍ମଗ୍ରହଣ କରିଥିଲେ। ବୈଦ୍ୟନାଥ କର ଓ ସୁଶୀଳା କରଙ୍କ ପୁତ୍ର ପ୍ରଫୁଲ୍ଲଙ୍କ ପରିବାର ସଙ୍ଗୀତମୟ ଥିଲା। ୭୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ। ୪ଟି ବେଙ୍ଗଲୀ ଫିଲ୍ମ ପାଇଁ ମଧ୍ୟ କଣ୍ଠଦାନ କରିଥିଲେ ।

ଗାୟନ କଳା ସହ ସଙ୍ଗୀତ ନିର୍ଦ୍ଦେଶନା, ଗୀତ ରଚନାରେ ନିମଗ୍ନ ଥିଲେ। ଜଣେ ସମ୍ଭକାର ଭାବେ ବେଶ୍‌ ପରିଚିତ ଥିଲେ ପ୍ରଫୁଲ୍ଲ କର। ୨୦୧୫ରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ୨୦୦୪ରେ ଜୟଦେବ ପୁରସ୍କାର, ୨୦୦୯ରେ କବି ସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ ୨୦୧୦ରେ ବାଳକୃଷ୍ଣ ଦାସ ସମ୍ମାନ ପାଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରଫୁଲ୍ଲଙ୍କୁ ମିଳିଥିଲା ଡି.ଲିଟ୍‌ ଉପାଧି। ‘ମମତା’, ଶେଷ ଶ୍ରାବଣ’, ‘ବନ୍ଧୁ ମହାନ୍ତି’ ସିନେମାରେ ଗୀତ ଗାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.