ଆକାଶରୁ ଅଗ୍ନିବର୍ଷା: ୧୨ ସହରରେ ପାରଦ ୪୦ ଡିଗ୍ରୀ ଉପରେ, ସବୁଠୁ ଉତ୍ତପ୍ତ ସୋନପୁର

ଭୁବନେଶ୍ୱର (କେନ୍ୟୁଜ୍): ଆକାଶରୁ ଅଗ୍ନିବର୍ଷା । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରି । ୧୨ ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ସବୁଠୁ ଉତ୍ତପ୍ତ ସହର ସୋନପୁର । ସେଠାରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

ସେହିପରି ଅନୁଗୁଳରେ ୪୩ ଦଶମିକ ୧ ଡିଗ୍ରୀ, ବଲାଙ୍ଗିରରେ ୪୨.୪ ଡିଗ୍ରୀ ସେଲସିୟସ୍‌ ରହିଛି ପାରଦ । ପାଣିପାଗ ବିଭାଗ କହିଛି, ୧୯ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଓ ସ୍ୱଳ୍ପ ବର୍ଷା ସମ୍ଭାବନା ରହିଛି ।

ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ୯ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ମାଲକାନଗିରି ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି । ସେହିପରି ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.