Below header

ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ଓଡ଼ିଆ ଅଧ୍ୟାପକ, ଭଡ଼ାଘରୁ ମିଳିଲା ଝୁଲନ୍ତା ମୃତଦେହ

ବଲାଙ୍ଗୀର: ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ଓଡ଼ିଆ ଅଧ୍ୟାପକ । ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକଙ୍କ ଝୁଲନ୍ତା ମୃତଦେହ ଆଲୋକ ନଗର ସ୍ଥିତ ଭଡ଼ା ଘରୁ ଉଦ୍ଧାର ହୋଇଛି । କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ପ୍ଲାଷ୍ଟିକ ଦଉଡି ଦେଇ ଗତ କାଲି ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଅଧ୍ୟାପକ ହେଲେ ପ୍ରକାଶ ଚନ୍ଦ୍ର ସାହୁ ତାଙ୍କ ବୟସ ୪୫ ହେବ । ଗତ ୯ବର୍ଷ ହେବ ଓଡ଼ିଆ ଅଧ୍ୟାପକ ଭାବେ ବଲାଙ୍ଗୀର ରାଜେନ୍ଦ୍ର କଲେଜରେ କାର୍ଯ୍ୟ କରୁଥିଲେ । ବୌଦ୍ଧ ଜିଲ୍ଲା ମିର୍ଜାକୁଦ ବାସିନ୍ଦା ।

ଖବର ପାଇ ବଲାଙ୍ଗୀର ଟାଉନ ଥାନା ପୋଲିସ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଚଳାଇଛି । ଗତ କିଛି ଦିନ ମଧୁମେହ ରୋଗରେ ପୀଡିତ ଥିଲେ ତାପରେ ତାଙ୍କୁ ଥଣ୍ଡା,ଜର ଲାଗିରହିଥିଲା । ସେ ନେଇ ତାଙ୍କୁ କରୋନା ହୋଇଥିବା ହୋଇଥିବା ଚିନ୍ତା କରି ମାନସିକ ଚାପରେ ଥିଲେ । ବଲାଙ୍ଗୀର ଭଡା ଘରେ ସ୍ତ୍ରୀ, ଦେଢ଼ ବର୍ଷର ପୁଅ ସହ ରହୁଥିଲେ । ଗତ କାଲି ସ୍ତ୍ରୀ ଓ ପୁଅକୁ କରୋନା ଡେଇଁବ କହି ଘରର ଅନ୍ୟ କୋଠରୀକୁ ଶୋଇବାକୁ ଯାଇଥିଲେ । ସେଠାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କରୋନା ପାଇଁ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କୌଣସି କାରଣ ରହିଛି ସେ ନେଇ ପୋଲିସ ତଦନ୍ତ କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.