ଆର୍‌ପିଏଫ ସବ୍‌ଇନିସପେକ୍ଟରଙ୍କ ନିଆରା ସଉକ୍, ନିଜ ଛାତ ଉପରେ କରିଛନ୍ତି ଏମିତି ଏକ ବଗିଚା ଯାହା ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର : ପ୍ରତ୍ୟକ ମଣିଷର କିଛି ନା କିଛି ସଉକ୍ ରହିଥାଏ । କିନ୍ତୁ ସମସ୍ତେ ନିଜ ସଉକକୁ ପୁରା କରିପାରନ୍ତି ନାହିଁ । ସେ ସମୟର ଅଭାବ ହେଉ କିମ୍ବା ଆନ୍ତରିକତାର ଅଭାବ କୌଣସି ନା କୌଣସି କାରଣ ଏହା ପଛରେ ରହିଥାଏ । କିନ୍ତୁ ଏମିତି ଜଣେ ବ୍ୟକ୍ତିତ୍ୱଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯିଏ ନିଜ କାର୍ଯ୍ୟମୟ ଜୀବନରୁ ସମୟ ବାହାର କରି ତିଆରି କରିଛନ୍ତି ଏମିତି ଏକ ବଗିଚା ଯାହା କୌଣସି ପଡିଆ କିମ୍ବା ଘର ବାଡିରେ ନୁହେଁ ବରଂ ନିଜ ଘରରର ଛାତ ଉପରେ ହୋଇଛି ।

flower fieldପୂର୍ବତଟ ରେଳବାଇରେ କାର୍ଯ୍ୟରତ ଆର୍‌ପିଏଫ ସବ୍‌ଇନିସପେକ୍ଟର ଅମୀୟ ପ୍ରସାଦ ସାହୁ। ଯିଏ ଛାତ ଉପରେ କରିଛନ୍ତି ଫୁଲ ବଗିଚା । ଲଗେଇଛନ୍ତି ୬୦ରୁ ଅଧିକ ପ୍ରଜାତିର ଫୁଲ ଗଛ । ତାସହ କିଚେନ ଗାର୍ଡେନ୍‌ ବି କରିଛନ୍ତି । ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳରେ ତାଙ୍କ ଘର ଛାତ ଉପରେ ସେ ଏହି ବଗିଚା କରିଛନ୍ତି । ବିଭିନ୍ନ ପ୍ରକାରର ଭଳିକି ଭଳି ଫୁଲ ଗଛ ଲଗାଇଛନ୍ତି । ସେହିପରି ଛାତ ଉପରେ ବି କରିଛନ୍ତି ପନିପରିବା ଚାଷ । ତାଙ୍କର ଏହି ବଗିଚାକୁ ଯିଏ ଦେଖିବେ ଖୁସି ହୋଇ ଯିବେ ।

Leave A Reply

Your email address will not be published.