ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହେଲା ଗଞ୍ଜାମର ‘କରୋନା ତୁ ଫେରି ଯା’ କ୍ଷୁଦ୍ର ଚଳଚ୍ଚିତ୍ର

ବ୍ରହ୍ମପୁର : ଇଣ୍ଟରନେସନାଲ୍ କୋଭିଡ୍ ନାଇଣ୍ଟିନ ଜନଜାତି ଫିଲ୍ମ ଫଷ୍ଟିଭାଲରେ ଗଞ୍ଜାମର କ୍ଷୁଦ୍ର ଚଳଚ୍ଚିତ୍ର ‘କୋରୋନା ତୁ ଫେରିଯା’ ଶ୍ରେଷ୍ଠ ୫୦ତମ ସ୍ଥାନ ଲାଭ କରିଛି । ୩୬ଟି ଦେଶର ୪୫୦ଟି ସିନେମା ଏହି ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା। ଜୁରିମାନଙ୍କ ଦ୍ୱାରା ଶ୍ରେଷ୍ଠ ଆଞ୍ଚଳିକ ସିନେମା ଏବଂ ଶ୍ରେଷ୍ଠ କାହାଣୀ ଭାବେ ଏହି ଚଳଚ୍ଚିତ୍ରଟି ମନୋନୀତ ହୋଇଛି । କୁକୁଡାଖଣ୍ଡି ବିଡିଓ ନିଜେ ଏହି କ୍ଷୁଦ୍ର ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ। ଯାହାର ସଫଳତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଏହି କ୍ଷୁଦ୍ର ଚଳଚ୍ଚିତ୍ରର କାହାଣୀ ରଚନା କରିଥିଲେ। ଯାହାର ନାମ ଦେଇଥିଲେ ‘କୋରୋନା ତୁ ଫେରିଯା’। ଏହାର ପ୍ରଯୋଜନା ଭାର ସୁସ୍ମିତା ପାତ୍ର ସମ୍ଭାଳିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସ୍ଥିତଧୀ ରଥ। କିଭଳି ଲୋକମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ସମସ୍ତ କାମ କରିବେ ସେ ସମ୍ପର୍କରେ ଏହି ଚଳଚ୍ଚିତ୍ରରେ ଦର୍ଶା ଯାଇଥିଲା।