Below header

ବାନ୍ଧି ପାରିଲାନି ଲକ ଡାଉନ ନିୟମ, ଛତିଶଗଡ଼ରୁ ପୁରୀ ଅଭିମୁଖେ ସାଇକେଲରେ ବାହାରିଲେ ପାଞ୍ଚ ଜଣ ଯୁବକ

ସୁବର୍ଣ୍ଣପୁର: ଅଟକାଇ ପାରିଲାନି ଲକ୍‌ଡାଉନ୍‌ ଲକ୍ଷ୍ମଣରେଖା । ସାଇକେଲରେ ୭୦୦କିଲୋମିଟର ଯାତ୍ରା । ଏବେ ସୁଦ୍ଧା ୩୭୦ କିଲୋମିଟର ଯାତ୍ରା ସରିଥିବାବେଳେ ଆହୁରି ୩୫୦ କିଲୋମିଟର ଯିବେ । ପୁରୀ ଜିଲ୍ଲାର ୫ଜଣ ଯୁବକ ଛତିଶଗଡ଼ ରାଏପୁରର ଏକ ଘରୋଇ କମ୍ପାନୀରେ ପୁଟି ଶ୍ରମିକଭାବେ କାମ କରୁଥିଲେ । ହେଲେ ଲକ୍‌ଡାଉନ୍‌ ଯୋଗୁ ଗାଡିମୋଟର ବନ୍ଦ ହୋଇଯିବାରୁ ଆଉ ଘରକୁ ଫେରିପାରିନଥିଲେ । ସେପଟେ କମ୍ପାନୀ ବନ୍ଦ ହୋଇଯିବାରୁ ୨୦ଦିନ ହେବ ଭୋକ ଉପାସରେ ରହିବାକୁ ପଡିଥିଲା । ଏହାପରେ ସାଇକେଲରେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ଯୁବକମାନେ ସୁବର୍ଣ୍ଣପୁର ବୀରମହାରାଜପୁରରେ ପହଞ୍ଚିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.