‘ଶିଲା କି ଜଓ୍ଵାନୀ ଗୀତରେ ଡ୍ୟାନ୍ସ କଲେ ଡେଭିଡ ଓ୍ଵାର୍ଣ୍ଣର ଏବଂ ଝିଅ, ଦୁହେଁ ଭିଡିଓରେ ଏମିତି କରୁଛନ୍ତି ଧମାଲ

କରୋନା ମହାମାରୀ ଯୋଗୁଁ ସମସ୍ତେ ଘର ଲକ୍‌ ହୋଇରହିଛନ୍ତି। ବଲିଉଡ ସେଲିବ୍ରିଟି ଠାରୁ ଆରମ୍ଭ କରି କ୍ରିକେଟର ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ପରିବାର ସହିତ ସମୟ ବିତାଉଛନ୍ତି। ଏମିତିରେ ଅଷ୍ଟ୍ରେଲିଆ କ୍ରିକେଟ ଟିମର ଓପନର ଡେଭିଡ ଓ୍ଵାର୍ଣ୍ଣର ତାଙ୍କ ଝିଅ ସହିତ ଘରେ ରହି ଟିକଟକ ଭିଡିଓ ଜରିଆରେ ସମସ୍ତଙ୍କ ମନୋରଂଜନ କରୁଛନ୍ତି। ଓ୍ଵାର୍ଣ୍ଣର ଝିଅ ସହିତ ଶିଲା କି ଜଓ୍ଵାନୀ ଗୀତରେ କିପରି ଡ୍ୟାନ୍ସ କରୁଛନ୍ତି, ଆପଣ ଭିଡିଓ ଦେଖିଲେ ନିଶ୍ଚିତ ଜାଣିପାରିବେ। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

😂😂 somebody help us please!!

A post shared by David Warner (@davidwarner31) on

ଓ୍ଵାର୍ଣ୍ଣର ଝିଅ ସହିତ କ୍ୟାଟ୍ରିନାଙ୍କ ଆଇଟନ ସଂଗ ଶିଲା କି ଜଓ୍ଵାନୀ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ପ୍ରକୃତ ଗୀତରେ ଯେପରି କ୍ୟାଟ୍ରିନା ଡ୍ୟାନ୍ସ କରିଥିଲେ ଦୁହେଁ ସେପରି ଡ୍ୟାନ୍ସ ଷ୍ଟେପ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ପୋଷ୍ଟ କରି ଓ୍ଵାର୍ଣ୍ଣର ଲେଖିଛନ୍ତି, ‘କିଏ ଆମକୁ ସାହାଯ୍ୟ କର’। ସୂଚନାଯୋଗ୍ୟ ଡେଭିଡଙ୍କ ପାଞ୍ଚବର୍ଷର ଝିଅ ଟିକଟକରେ ଆକାଉଣ୍ଟ ଖୋଲିଛନ୍ତି ଏବଂ ଯେଉଥିରେ ସେ ମଜାଦାର ଭିଡିଓ ପୋଷ୍ଟ କରୁଛନ୍ତି।

 

View this post on Instagram

 

Indi has asked to also do one for you guys! 😂😂 please help me someone!!!!!! #statue

A post shared by David Warner (@davidwarner31) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.