ପୁଣି ଓଡିଶାକୁ ମିଳିଲା ଦୁଇଟି ଜାତୀୟ ପୁରସ୍କାର, ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଓଡ଼ିଶା ରହିଲା ୧୦ ନମ୍ବରରେ

କେନ୍ୟୁଜ୍(ବ୍ୟୁରୋ):  ନୂଆଦିଲ୍ଲୀରେ ଚାଲିଥିବା ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର -୨୦୨୦ର ଫଳାଫଳ ପ୍ରକାଶ ପାଇଛି। ଏହି ସର୍ବେକ୍ଷଣରେ ଓଡିଶା ୧୦ମ ସ୍ଥାନ ଅଧିକାର କରିବା  ସହ ଓଡିଶାକୁ ଦୁଇଟି ଜାତୀୟ ପୁରସ୍କାର ମିଳିଛି। ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାରଦୀପ ସିଂ ପୁରୀ ଦେଶବ୍ୟାପି କରାଯାଇଥିବା ସ୍ବଚ୍ଛତା ସର୍ବେକ୍ଷଣର ଫଳାଫଳ ଘୋଷଣା କରିଛନ୍ତି। ଦ୍ରୁତ ଅଗ୍ରଗତି ରାଜ୍ୟ ଭାବେ ଓଡ଼ିଶା ସମ୍ମାନୀତ ହୋଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମକୁ ମଧ୍ୟ ପୁରସ୍କାର ମିଳିଛି।

୨୦୨୦ ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଓଡ଼ିଶାର ସ୍ଥାନ ୧୦ ନମ୍ବରରେ ରହିଛି। ସବୁ ରାଜ୍ୟକୁ ନେଇ ପ୍ରସ୍ତୁତ ହେଉଥିବା ଏହି ତାଲିକାରେ ୨୦୧୮ରେ ଓଡ଼ିଶାର ସ୍ଥାନ ଥିଲା ୨୨ ତମ । ୨୦୧୯ରେ ଓଡ଼ିଶା ଆଗକୁ ଆସି ୧୬ ତମ ସ୍ଥାନରେ ପହଞ୍ଚିଥିଲା। ୨୦୨୦ ବେଳକୁ ଦଶମ ସ୍ଥାନରେ ପହଞ୍ଚିଛି। ଅର୍ଥାତ ଗତ ଦୁଇ ବର୍ଷରେ ଓଡ଼ିଶା ୧୨ଟି ସ୍ଥାନ ଉପରକୁ ଉଠିଛି। ଏହାକୁ ନେଇ ଓଡ଼ିଶାକୁ ଶ୍ରେଷ୍ଠ ଫାଷ୍ଟେଷ୍ଟ ମୁଭିଂ ଷ୍ଟେଟ୍‌ ଭାବେ ପୁରସ୍କୃତ କରାଯାଇଛି। ଏହା ବ୍ୟତୀତ ୩-୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନକୁ  ‘ବେଷ୍ଟ ମିଡିୟମ ସିଟି ଇନ ଇନୋଭେସନ୍ ଆଣ୍ଡ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର ମିଳିଛି ।

ରାଜ୍ୟର ଏହି ସଫଳତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ  କରି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ରାଜ୍ୟର ସହରଗୁଡ଼ିକୁ ସ୍ବଚ୍ଛ ଏବଂ ଜୀବନଧାରଣ ଲାଗି ଯୋଗ୍ୟ କରିବା ଲାଗି ବିଭାଗ ନିରନ୍ତର ଉଦ୍ୟମ ଜାରି ରଖିଛି ‌‌ବୋଲି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.