ନିଜ ଗାଈକୁ ବଞ୍ଚାଇବା ପାଇଁ ଚାଷୀ ମଗାଇଲେ ହେଲିକପ୍ଟର, ଦେଖନ୍ତୁ କିପରି କଲେ ଉଦ୍ଧାର

ଆପଣ ନିଜ ଆଖପାଖରେ ଅନେକ ଗାଈ ଦେଖିଥିବେ । ଗାଈଙ୍କୁ ଚାଲିବାର ,ଦୌଡିବାର ନଚେତ ଚରୁଥିବାର ଦେଖିଥିବେ । କିନ୍ତୁ କେବେ କେଉଁ ଗାଈକୁ ଆପଣ ହେଲିକପ୍ଟରରେ ଯିବାର ଦେଖିଛନ୍ତି କି? ଆଜ୍ଞା ହଁ ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଆପଣ ଦେଖିପାରୁଥିବେ କିଭଳି ଗୋଟିଏ ଗାଈକୁ ହେଲିକାପ୍ଟର ସାହାଯ୍ୟରେ ଏୟାରଲିଫ୍ଟିଂ କରାଯାଉଛି । ଲିଫ୍ଟ କରୁଥିବା ସମୟରେ ଗାଈଟି ପୁରାପୁରି ଭାବରେ ଚିଲ୍‌ ହେଇକି ରହିଛି । ଏମିତି ଲାଗୁଛି ଯେମିତି ସେ ଆକାଶରେ ଉଡିବାର ଭରପୁର ମଜା ନଉଛି , ତଳକୁ ଖସି ପଡିବାର ତାର କୌଣସି ଭୟ ନାହିିଁ ।

ଆପଣ ଦେଖୁଥିବା ଏହି ଭିଡିଓଟି ହେଉଛି ସୁଇଜରଲ୍ୟାଣ୍ଡର ଏଲ୍ପସ ପାହାଡର ଦୃଶ୍ୟ । ସେହି ପାହାଡ ମଧ୍ୟରେ ଜଣେ ଚାଷିଙ୍କର ଗାଈଟି ଫସି ଯାଇଥିଲା । ଗାଈ ଦେହରେ ଆଘାତ ଲାଗିଥିଲା ଓ ସେ ଛୋଟା ମଧ୍ୟ ହୋଇ ଯାଇଥିଲା । ଚାଷୀ ଜଣକ ନିଜ ପ୍ରିୟର ଗାଈଟିକୁ ସେହି ପାହାଡ ଭିତରୁ ବାହାରକୁ ଆଣିବା ପାଇଁ ହେଲିକପ୍ଟରର ସାହାଯ୍ୟ ନେଇଥିଲେ । ତେବେ ସେହି ସମୟର ସମ୍ପୂର୍ଣ୍ଣ ଦୃଶ୍ୟକୁ ଏକ କ୍ୟାମେରା ସାହାଯ୍ୟରେ ସୁଟିଂ କରାଯାଇଥିଲା ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।


ଏହି ଭାଇରାଲ ଭିଡିଓଟିକୁ ଏବିସି ନ୍ୟୁଜ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଥିଲେ । ସେୟାର ହେବା ପରେ ଏହି ଭିଡିଓଟିକୁ ଅନେକ ଦର୍ଶକ ଦେଖିଛନ୍ତି ଓ ଲାଇକ ମଧ୍ୟ କରିଛନ୍ତି । ଏହା ସହହିତ କମେଣ୍ଟ ବକ୍ସରେ ସେହି ଚାଷୀ ପାଇଁ ପ୍ରଶଂସାର ସୁଅ ଛୁଟୁଛି । ସତରେ କେତେ ନିଆରା ଭଲ ପାଇବା । ଚାଷି ଜଣକ ନିଜ ଗାଈକୁ କେତେ ମାତ୍ରାରେ ଭଲ ପାଏ ତାହା ଆପଣ ଏହି ଭାଇରାଲ ଭିଡିଓ ମାଧ୍ୟମର ଦେଖି ପାରୁଥିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.