ପୁଞ୍ଜି ନିବେଶରେ ଓଡ଼ିଶାର ରେକର୍ଡ, ରିପୋର୍ଟ ଜାରି କଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ପୁଞ୍ଜି ନିବେଶରେ ଓଡ଼ିଶାର ରେକର୍ଡ । ପୁଞ୍ଜିପତିଙ୍କୁ ନିବେଶ ପାଇଁ ଆକୃଷ୍ଟ କରିବାରେ ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇଛି । ଦେଶର ପ୍ରଥମ ପାଞ୍ଚଟି ରାଜ୍ୟ ଭିତରେ ସ୍ଥାନ ପାଇଛି ଓଡ଼ିଶା । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ପୁଞ୍ଜି ନିବେଶ ପ୍ରସ୍ତାବ ପାଇବାରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ପହଞ୍ଚିଛି ।

ପ୍ରଥମ ଦୁଇଟି ସ୍ଥାନରେ ଅଛନ୍ତି ଉତ୍ତରପ୍ରଦେଶ ଓ ଗୁଜରାଟ । ତେବେ ଓଡ଼ିଶାର ଅଭିବୃଦ୍ଧି ପ୍ରଥମ ଦୁଇଟି ରାଜ୍ୟ ତୁଳନାରେ ଆଗରେ ରହିଛି । ରିପୋର୍ଟରେ କୁହାଯାଇଛି ୨୦୨୨-୨୩ରେ ୫ଟି ରାଜ୍ୟ ଉତ୍ତରପ୍ରଦେଶ, ଗୁଜରାଟ, ଓଡ଼ିଶା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ୫୭.୨ ପ୍ରତିଶତ ପୁଞ୍ଜି ନିବେଶ ପ୍ରସ୍ତାବ ହାସଲ କରିଛନ୍ତି ।

୨୦୨୨ରେ ଓଡ଼ିଶା ୨୨ ପ୍ରତିଶତ ଓ ୨୦୨୩ରେ ୧୧.୮ ପ୍ରତିଶତ ପୁଞ୍ଜି ନିବେଶ ପ୍ରସ୍ତାବ ପାଇଛି । ଉତ୍ତରପ୍ରଦେଶ ୨୦୨୨ରେ ୧୨.୮ ପ୍ରତିଶତ, ୨୦୨୩ରେ ୧୬.୨ ପ୍ରତିଶତ ପୁଞ୍ଜି ନିବେଶ ପ୍ରସ୍ତାବ ପାଇଛି । ୨୦୨୨ ଓ ୨୦୨୩ରେ ଯଥାକ୍ରମେ ୧୧.୭ ଓ ୧୪ ପ୍ରତିଶତ ନିବେଶ ପ୍ରସ୍ତାବ ପାଇଛି ଗୁଜରାଟ ।

ଶିଳ୍ପାୟନ ସହିତ କର୍ମନିଯୁକ୍ତି ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁ ଏହି ସଫଳତା ମିଳିଛି । ସକାରାତ୍ମକ ଶିଳ୍ପ ବାତାବରଣ, ଭିତ୍ତିଭୂମି ନିର୍ମାଣ, ଆକର୍ଷଣୀୟ ପ୍ରୋତ୍ସାହନ ବ୍ୟବସ୍ଥା ଓଡ଼ିଶା ପ୍ରତି ନିବେଶକଙ୍କୁ ଆକୃଷ୍ଚ କରୁଛି ।

ଗତବର୍ଷ ଡିସେମ୍ବରରେ ମେକ୍ ଇନ ଓଡ଼ିଶା କଲକ୍ଲେଭ ପୁଞ୍ଜି ନିବେଶ ଆଣିବାରେ ନିର୍ଣ୍ଣାୟକ ହୋଇଥିଲା । ଏଥିସହ ରାଜ୍ୟ ଓ ବିଜେଶରେ ବିଭିନ୍ନ ସହରରେ ଇନଭେଷ୍ଟର୍ସ ମିଟ୍ କରିଥିଲେ ସରକାର । ବହୁ ବଡ଼ ବଡ଼ କମ୍ପାନୀ ମୁଖ୍ୟଙ୍କୁ ଭେଟି ସିଧାସଳଖ ଆଲୋଚନା କରୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରତିନିଧି ଦଳ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.