ଯାଜପୁର: ସର୍ବଭାରତୀୟ ଅଂଶୁମାନ ସ୍ମାରକୀ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଫାଇନାଲରେ ଓଡିଶା ଏକାଦଶ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ଜାରକାଠାରେ ଚାଲିଥିବା ସର୍ବଭାରତୀୟ ଅଂଶୁମାନ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଂଟରେ ଆଜି ମହିଳା ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ।  ପ୍ରଥମେ ବ୍ୟାଟିଂ କରିଥିବା ଉତରପ୍ରଦେଶ ଦଳ ନିର୍ଦ୍ଧାରିତ ୧୫ ଓଭରରେ ୬ ୱିକେଟ୍ ହରାଇ ୮୪ ରନ୍ ସଂଗ୍ରହ କରିଥିଲା । ଜବାବ୍‌ରେ ଓଡିଶା ମହିଳା ଏକାଦଶ ୯.୫ ଓଭରରେ ୨ ୱିକେଟ୍ ହରାଇ ୮୭ରନ କରି ବିଜୟୀ ହୋଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚରେ ତେଲେଙ୍ଗାନା ଦଳକୁ ୧୦ ୱିକେଟରେ ପରାସ୍ତ କରି ଉତରପ୍ରଦେଶର ଅଲ୍ଲିଗଡ ସ୍ପୋର୍ଟସ୍ ଭେଂଚର୍ସ ଫାଇନାଲରେ ପ୍ରବେଶ କରିଛି । ତେଲେଙ୍ଗାନା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୪ ୱିକେଟ ହରାଇ ୪୩ ରନ ସଂଗ୍ରହ କରିଥିଲା । ଜବାବରେ ଉତ୍ତରପ୍ରଦେଶ ଦଳ ୪.୫ ଓଭରରେ କୈାଣସି ୱିକେଟ ନହରାଇ ୪୪ ରନ କରି ବିଜୟୀ ହୋଇଥିଲା । ଆଜିର ଏହି ମ୍ୟାଚକୁ ଉପଭୋଗ କରିବା ପାଇଁ ବହୁ ମହିଳା ଓ କ୍ରୀଡାପ୍ରେମୀଙ୍କ ଭିଡ ଜମିଥିଲା । ଆସନ୍ତାକାଲି ଓଡିଶା ମହିଳା ଏକାଦଶ ଓ ଉତରପ୍ରଦେଶର ଅଲ୍ଲିଗଡ ସ୍ପୋର୍ଟସ ଭେଂଚର୍ସ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ତେବେ ସାମୁଦ୍ରିକ ଝଡ ବୁଲବୁଲର ପ୍ରଭାବ ରହୁଥିବାରୁ ମ୍ୟାଚ୍ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ଉପୁଜିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.