Below header

ଯାଜପୁର,: ହାଟ ସାରି ଫେରୁଥିବା ବେଳେ ଟ୍ରକ ଧକ୍କାରେ ଚାଲିଗଲା ଜୀବନ, ଘଟଣାସ୍ଥଳରେ ଉତ୍ତେଜନା ଓ ରାସ୍ତାରୋକ

ଯାଜପୁର(କେନ୍ୟୁଜ୍): ୫୩ନଂ ଜାତୀୟ ରାଜପଥ ଜେନାପୁର ଥାନା ଅନ୍ତର୍ଗତ ରାଣୀବନ୍ଧି ପୋଲ ଉପରେ ଟ୍ରକ ଧକାରେ ଚାଲିଗଲା ଜଣଙ୍କ ଜୀବନ। ମୃତକ ହେଲେ ସ୍ଥାନୀୟ ଶ୍ୟାମସୁନ୍ଦରପୁର ଗ୍ରାମର ଭାସ୍କର ବେହେରା। ସେ ଆଜି  ଚଢ଼େଇଧରା ହାଟରୁ ହାଟ ସାରି ଫେରୁଥିବା ବେଳେ ଏକ ଟ୍ରକ ତାଙ୍କୁ ଧକା ଦେଇ ଚାଲିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ ଘଟିଥିଲା। ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ତେବେ ଏହି ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ରାଜପଥକୁ ଅବରୋଧ କରିଥିଲେ। ଘଟଣାସ୍ଥଳରେ ଜେନାପୁର ଥାନ ଅଧିକାରୀ  ଓ ତହସିଲଦାର ଲୋକଙ୍କୁ ବୁଝାସୁଝା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦେବା ପରେ ଆନ୍ଦୋଳନ ପ୍ରତ୍ୟାହତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.