Below header

ପ୍ରତିକ୍ଷାର ଅନ୍ତ, ଆସନ୍ତାକାଲି ଆସିବ ଆଯୋଧ୍ୟା ରାୟ

କେନ୍ୟୁଜ୍(ବ୍ୟୁରୋ):   ସୁରକ୍ଷା ବଳୟରେ ଅଯୋଧ୍ୟା । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ଉତ୍ତରପ୍ରଦେଶର ଟେମ୍ପୁଲ ସିଟିରେ ସୁରକ୍ଷା କଡ଼ାକଡ଼ି । ମୁତୟନ ହୋଇଛନ୍ତି ହଜାର ହଜାର ସୁରକ୍ଷା କର୍ମୀ । ରାଜ୍ୟ ପୋଲିସ ସହ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ପହଞ୍ଚିଛନ୍ତି । ଆସନ୍ତା ସପ୍ତାହରେ ଆହୁରି ଅଧିକ କେନ୍ଦ୍ରୀୟ ଫୋର୍ସ ପହଞ୍ଚିପାରେ । ମନ୍ଦିରକୁ ଯାଉଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯାଇଛି । କେବଳ ଚାଲି ଚାଲି ଯାଉଥିବା ଲୋକଙ୍କୁ ଯିବା ପାଇଁ ଅନୁମତି ରହିଛି । ସେହିପରି ରେଲେଓ୍ଵ ପୋଲିସ ପକ୍ଷରୁ ସବୁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୭୮ଟି ବଡ଼ ଷ୍ଟେସନ ତଥା ଟ୍ରେନ୍‌ରେ ଅଧିକ ସୁରକ୍ଷା ବଢାଯାଇଛି ।

ସେପଟେ ଆଯୋଧ୍ୟା ରାୟ ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଭେଟିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ । କିଭଳି ରହିଛି ଅଯୋଧ୍ୟାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା, ସେ ନେଇ ଆଲୋଚନା ହୋଇଛି

ଆସନ୍ତା ୧୫ ତାରିଖ ମଧ୍ୟରେ ଆସିପାରେ ଅଯୋଧ୍ୟା ରାୟ । ୪୦ ଦିନ ଧରି ମାମଲାର ଶୁଣାଣି କରିଥିଲେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଅକ୍ଟୋବର ୧୬ ତାରିଖରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.