ଜୁଲାଇ ୧୫ରେ ବାମଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା, ସମର୍ଥନ କରିବ କଂଗ୍ରେସ

ଭୁବନେଶ୍ବର(କେନ୍ଯୁଜ୍):ଜୁଲାଇ ୧୫ରେ ଓଡ଼ିଶା ବନ୍ଦ । ବାମଦଳ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ। ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନ ଜୀବିକା ସଙ୍କଟାପନ୍ନ ହୋଇପଡିଛି। ଏପରି ସ୍ଥିତିରେ ଶହେ ଟଙ୍କା ଟପିଲାଣି ପେଟ୍ରୋଲ ଓ ଡିଜେଲ ଲିଟର ଦର ।

ତା ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ଏପରି ଜନମାରଣ ନୀତି ବିରୋଧରେ ୪ଟି ବାମପନ୍ଥୀ ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ କରିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.