Below header

ଦମଦାର ଫିଚର୍ସ ସହ କମ ଦାମ୍‌ରେ ଲଞ୍ଚ ହେଲା Ferrari Roma ସ୍ପୋର୍ଟ କାର, ଘଣ୍ଟାକୁ ଯିବ ୧୦୦ କିଲୋମିଟର

ଇଟାଲୀର ପ୍ରମୁଖ ବାହନ ନିର୍ମାତା କମ୍ପାନୀ Ferrari ଭାରତୀୟ ବଜାରରେ ନିଜର ନୂଆ ସ୍ପୋର୍ଟ କାର ଲଞ୍ଚ କରିଛି । କମ୍ପାନୀ ତରଫରୁ କୁପ ସ୍ପୋର୍ଟ କାର Roma ନୂଆ ଅବତାରରେ ବଜାରକୁ ପ୍ରବେଶ କରିଛି । ଆକର୍ଷକ ଲୁକରେ ପାୱାରଫୁଲ ଇଞ୍ଜିନ ସହ ଆସୁଥିବା ଏହି କାରର ଦାମ ରହିଛି ଖୁବ ଶସ୍ତା । ଏହି କାର ୩.୪ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପ୍ରତିଘଣ୍ଟା ଏବଂ ୯.୩ ସେକେଣ୍ଡ ମଧ୍ୟରେ ୨୦୦ କିଲୋମିଟର ପ୍ରତିଘଣ୍ଟାରେ ଯାଇପାରିବ । ଏହାର ହାଇସ୍ପିଡ ୩୨୦ କିଲୋମିଟର ରହିଛି ।

କମ୍ପାନୀର ସୂଚନା ଅନୁଯାୟୀ, ଏହି ଗାଡ଼ିର ଦାମ ୩,୭୬ କୋଟି ଟଙ୍କାରୁ ଆରମ୍ଭ ହୋଇଛି । ଏହି କାରରେ ଅନେକ ନୂଆ ଅପଡେଟ ରହିଛି । ମିଡିଆ ରିପୋର୍ଟସ ଅନୁଯାୟୀ, ଏହି ନୂଆ ମଡେଲରେ ୭୦% ପର୍ଯ୍ୟନ୍ତ ଅପଡେଟ କରାଯାଇଛି । କିନ୍ତୁ ଏହାର ଲୁକ ପୂର୍ବ ମଡେଲ ଭଳି ରଖାଯାଇଛି । ଡିଜାଇନ କଥା ଧ୍ୟାନକୁ ଆଣିଲେ ଜଣାପଡେ ଏଥିରେ LED  ହେଡଲ୍ୟାମ୍ପ ସହିତ ହୋରିଜୋଣ୍ଟାଲ ମାଉଣ୍ଟେଡ LED ଡେ ଟାଇମ ରନିଂ ଲାଇଟ୍‌ସ ରହିଛି ।

54366
pc: cardekho

ଏହାର ଇଣ୍ଟେରିୟରରେ କମ୍ପାନୀ ତରଫରୁ ଦମଦାର ଫିଚର୍ସ ସାମିଲ କରାଯାଇଛି । ୧୬ ଇଞ୍ଚର କର୍ବି ଫୁଲୀ ଡିଜିଟାଲ ଇନଷ୍ଟ୍ରୁ ମେଣ୍ଟ କନସୋଲ ଏବଂ ଥ୍ରୀ ସ୍ପୋକ ଷ୍ଟିୟରିଂ ହ୍ୱିଲ ଦିଆଯାଇଛି । ୨ଟି ସିଟ ରହିବା ସହ ଫ୍ଲୋଟିଂ ସେଣ୍ଟର କନସୋଲ ରହିଛି । ମଲ୍ଟିପୁଲ ଏୟାରବେଗ ସହିତ କାରରେ ଆଣ୍ଟି ଲକ ବ୍ରେକିଂ ସିଷ୍ଟମ, ଇଲେକଟ୍ରିକ ବ୍ରେକଫୋର୍ସ ଡିଷ୍ଟିବ୍ୟୁସନ, କ୍ରେନ୍ସ ସେଂସର୍ସ ଭଳି ଫିଚର୍ସ ସୁବିଧା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.