ଓଡ଼ିଶା-ଛତିଶଗଡ ଜଳ ବିବାଦ: ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଅପରାହ୍ନ ୪ଟାରେ ବସିବ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶା-ଛତିଶଗଡ ଜଳ ବିବାଦ ଭିତରେ ୨ ରାଜ୍ୟ ମଧ୍ୟରେ ହେବ ଆଲୋଚନା । ୨ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ବସିବ ବୈଠକ । ଅପରାହ୍ନ ୪ଟାରେ ଭିସିରେ ହେବ ଆଲୋଚନା । ଜଳ ପରିଚାଳନା ନେଇ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।

ଗତ କିଛିଦନ ହେଲା ଓଡ଼ିଶା-ଛତିଶଗଡ ପାଣି ଛାଡିବା ନେଇ ବିବାଦ ଲାଗି ରହିଛ । ଉପରମୁଣ୍ଡରେ ବର୍ଷା ଅଧିକ ହେବାରୁ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି । ତେବେ ଛତିଶଗଡ ପାଣି ଛାଡିବାକୁ ଓଡ଼ିଶା ଉପରେ ଚାପ ପକାଉଛି । ଏମିତିକି ଅଧିକରୁ ଅଧିକ ଗେଟ୍‌ ଖୋଲିବାକୁ ଚାପ ପକାଉଛି ଛତିଶଗଡ । ଏପରି ସ୍ଥିତିରେ ଆଜି ବୈଠକ ବସିବ । କିଛି ଗୋଟେ ନିଷ୍କର୍ସ ବାହାରିବ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.