ନୂଆଦିଲ୍ଲୀରେ କେନ୍ଦ୍ରୀୟ ଯୋଜନା ବକେୟା ଅର୍ଥକୁ ନବୀନଙ୍କ ସମୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ରୀୟ ଯୋଜନା ବକେୟା ଅର୍ଥକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିଛନ୍ତି । ନଭେମ୍ବର ୭ ତାରିଖ ସୁଦ୍ଧା ବିଭିନ୍ନ କେନ୍ଦ୍ରୀୟ ଯୋଜନା ବାବଦକୁ ରାଜ୍ୟ ସରକାର ୭ ହଜାର ୫୪୪ ହଜାର କୋଟି ଟଙ୍କା ଅର୍ଥ ପାଇଛନ୍ତି। ପିଏମଏୱାଇ, ଏମଜିନରେଗା, ପିଏସଏସଜିଏସୱାଇ ଭଳି କେନ୍ଦ୍ରୀୟ ଯୋଜନା ରହିଛି। କିନ୍ତୁ ଉଦବେଗର ବିଷୟ ହେଉଛି, ଏବେ ବି କେନ୍ଦ୍ରୀୟ ଯୋଜନା ବାବଦକୁ ୬ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ବକେୟା ରହିଛି। କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ସମ୍ପୃକ୍ତ ବିଭାଗଗୁଡ଼ିକ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଫାଇଭ ଟି କାର୍ଯ୍ୟକାରିତା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ବୈଠକରେ ସ୍ୱତନ୍ତ୍ର ଆବାସିକ କମିଶନର, ଫାଇଭ ଟି ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.