ଜ୍ୟାକ୍‌ଲିିନ୍‌ଙ୍କ ସହ ମୁନି ବଦନାମ ହୁଇ ଗୀତରେ ଠୁମ୍‌କା ଲଗାଇଲେ ସଲ୍‌ମାନ

ଦବଙ୍ଗର ପାର୍ଟ ୩ ଖୁବ୍‌ଶୀଘ୍ର ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ନିକଟରେ ଦବଙ୍ଗ ୩ର ଟ୍ରେଲର ରିଲିଜ୍‌ ହୋଇସାରିଲାଣି। ଫିଲ୍ମରେ ସଲମାନଙ୍କ ଭୂମିକାକୁ ଦେଖି ଦର୍ଶକେ ଖୁବ୍‌ ଉତ୍ସାହିତ ହୋଇପଡ଼ିଛନ୍ତି। ଇତିମଧ୍ୟରେ ସଲମାନ ଖାନ୍‌ ଓ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କ ଏକ ଡ୍ୟାନ୍ସ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ ଭାଇଜାନ୍‌ ମୁନି ବଦନାମ ହୁଇ ଗୀତରେ ଠୁମ୍‌କା ଲଗାଉଥିବା ଦେଖିବାକୁ ମିଳିଛି।

ଏହାସହ ପଢ଼ନ୍ତୁ: ସାଥୀ ଖେଳାଳିଙ୍କ ସହ ମିଶି ଅକ୍ଷୟ କୁମାରଙ୍କ ନକଲ କଲେ ଶିଖର ଧଓ୍ଵନ, ଭାଇରାଲ ହେଲା ଭିଡିଓ

ଗୀତରେ ଫର୍ଣ୍ଣାଡିଜ୍‌ ଏକ ଗୋଲାପୀ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ବେଳେ ସଲମାନ୍‌ ନୀଳ ରଙ୍ଗର ଜିନ୍ସ ଓ ଜ୍ୟାକେଟ୍‌ ସହ ବ୍ଲାକ୍‌ କଲରର ସାର୍ଟ ପିନ୍ଧିଛନ୍ତି। ଏହି ଭିଡିଓରେ ସଲମାନ ଓ ଜ୍ୟାକ୍‌ଲିନ୍‌ଙ୍କ ସହ ବ୍ଲାକ୍‌ ଟି ସାର୍ଟ, ଜିନ୍ସ ଓ ଜ୍ୟାକେଟ୍‌ରେ ମନୀଷ ପଲ ମଧ୍ୟ ନଜର ଆସିଛନ୍ତି।

ଦେଖନ୍ତୁ ଭିଡିଓ:

ମୁନି ବଦନାମ ହୁଇ ଦବଙ୍ଗ ପାର୍ଟ ୧ର ସବୁଠାରୁ ହିଟ୍‌ ଆଇଟମ୍‌ ଗୀତ ଥିଲା। ଏଥିରେ ମଲାଇକା ଅରୋରା ଦମଦାର ଡ୍ୟାନ୍ସ କରିଥିଲେ।
ସଲମାନଙ୍କ ଅଭିନୀତ ଦବଙ୍ଗ ୩ ଡିସେମ୍ବର ୨୦ରେ ହଲ୍‌କୁ ଆସୁଛି। ଫିଲ୍ମରେ ସାଇ ମାଞ୍ଜରେକର ସଲମାନଙ୍କ ପ୍ରଥମ ପ୍ରେମ ଭାବେ ଅଭିନୟ କରୁଥିବା ବେଳେ କିଚ୍ଚା ସୁଦୀପ୍‌ ଶତ୍ରୁ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.