Below header

ଗୋଟିଏ ଦିନେ ଜନ୍ମ ହୋଇଥିଲେ ପାଞ୍ଚ ଭାଇ ଭଉଣୀ ଏବେ ଗୋଟିଏ ଦିନରେ କରିବେ ବିବାହ

୧୯୯୫ ମସିହା ନଭେମ୍ବର ୧୮ ତାରିଖ, ଗୋଟିଏ ଦିନରେ ଜନ୍ମ ହେଲେ ପାଞ୍ଚ ଭାଇ ଭଉଣୀ । ଚାରି ଭଉଣୀ ଊଥାରା,ଊଥରାଜା, ଊଥମ୍ମା, ଊଥରା ଏବଂ ତାଙ୍କ ଭାଇ ଊଥରାଜନ । ଯେଉଁଦିନ ଏମାନଙ୍କର ଜନ୍ମ ହେଲା ପିତା ସେଦିନ ନିଜ ଘରର ନାମ ଦେଇଥିଲେ ପଞ୍ଚରତ୍ନ । କେରଳରେ ଜନ୍ମ ନେଇଥିବା ଏହି ପାଞ୍ଚ ଭାଇ ଭଉଣୀଙ୍କ ମଧ୍ୟରୁ ୪ ଭଉଣୀଙ୍କ ବିବାହ ଏକା ସହିତ ଗୋଟିଏ ଦିନରେ ହେବାକୁ ଯାଉଛି । ୨୦୨୨ ଏପ୍ରିଲ ୨୬ ତାରିଖରେ ଶ୍ରୀକୃଷ୍ଣ ମନ୍ଦିରରେ ଏହି ବିବାହ ହେବାକୁ ଯାଉଛି ।

Image result for kerala-five-siblings-born-on-the-same-day-four-sisters-will-marry-on-the-same-day

ବନ୍ଧୁବାନ୍ଧବଙ୍କ କହିବା ଅନୁଯାୟୀ ପିଲାବେଳୁ ହିଁ ସେମାନଙ୍କ ପିତା ପାଞ୍ଚଜଣ ପିଲାଙ୍କୁ ଆବଶ୍ୟକତା ଅନୁସାରେ ଏକାଭଳି ଜିନିଷ ଆଣି ଦେଉଥିଲେ । ସ୍କୁଲ ବ୍ୟାଗ ଠାରୁ ଆରମ୍ଭ କରି ଡ୍ରେସ ପର୍ଯ୍ୟନ୍ତ । ପିଲାଙ୍କ ଜନ୍ମର ୯ ବର୍ଷ ପରେ ୨୦୦୪ ମସିହାରେ ତାଙ୍କ ମାଙ୍କର ହାର୍ଟ ସମ୍ବନ୍ଧୀୟ ରୋଗ ହୋଇଥିଲା ତା ସହିତ ସେମାନଙ୍କର ଆର୍ଥିକ ପରିସ୍ଥିତି ମଧ୍ୟ ସେତେ ଭଲ ନଥିଲା । ଏହିସବୁ ବିଷୟରେ ଚିନ୍ତା କରି ପିତା ଆତ୍ମହତ୍ୟା କରିଦେଲେ ଏବଂ ସେହି କାରଣରୁ ପରିବାରରେ ଆରମ୍ଭ ହୋଇଗଲା ସମସ୍ୟା । ଘରର ମୁଖିଆଙ୍କ ମୃତ୍ୟୁ ପରେ ସମସ୍ତ ଦାୟିତ୍ତ୍ୱ ମାଙ୍କ ଉପରେ ଆସିଯାଇଥିଲା । କିଛି ଲୋକଙ୍କ ସାହାଯ୍ୟ ନେଇ ଶେଷରେ ମା ଏକ ସହକାରୀ ବ୍ୟାଙ୍କରେ ଚତୁର୍ଥ ଶ୍ରେଣୀ ସରକାରୀ ଚାକିରୀ କରିଥିଲେ । ଏହିପ୍ରକାରେ ପରିବାରର ସ୍ଥିତି ପୁଣିଥରେ ସୁଧୁରିବାକୁ ଲାଗିଲା ।

ଏହାସହ ପଢନ୍ତୁ ନିଲାମରେ ରଖାଯିବ ନୀଳ ହୀରା ମୁଦି, ଦାମ ୧୦୦ କୋଟି

ବର୍ତ୍ତମାନ ପିଲାମାନଙ୍କର ବୟସ ୨୪ ବର୍ଷ । ଚାରିଜଣ ଝିଅଙ୍କ ମଧ୍ୟରୁ ଜଣେ ଫ୍ୟାସନ ଡିଜାଇନର, ଦୁଇଜଣ ଆନେସ୍ଥେସିଆ ଟେକନିସିଆନ ଓ ଜଣେ ଅନଲାଇନ ଲେଖକ ଅଟନ୍ତି ଏବଂ ଭାଇ ସଫ୍ଟୱେୟାର ଇଞ୍ଜିନିୟର ଅଟନ୍ତି । ମା’ଙ୍କ କହିବା ଅନୁଯାୟୀ ଆଜି ପର୍ଯ୍ୟନ୍ତ ସେ ସମସ୍ତ ପିଲାଙ୍କୁ ଏକାଭଳି ଲାଳନ ପାଳନ କରି ଆସିଛନ୍ତି । ଝିଅ ମାନଙ୍କର ବିବାହ ପ୍ରସ୍ତୁତି ହୋଇସାରିଛି ଓ ପୁଅକୁ ଏବେ ଆଗକୁ ବଢିବାର ଅଛି ସେଥିପାଇଁ ତାର ବିବାହରେ ଟିକିଏ ବିଳମ୍ବ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.