ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ କରୁଛନ୍ତି ବିତରକ କମ୍ପାନୀ, ସରକାର କାହିଁକି ଉଦାସ ଅଛନ୍ତି ବୋଲି ପ୍ରଶ୍ନ କଲା କଂଗ୍ରେସ

ଭୁବନେଶ୍ବର(କେନ୍ୟୁଜ୍):ଅଘୋଷିତ ବିଦ୍ୟୁତ କାଟ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ।ଓଡ଼ିଶାର ଉପଭୋକ୍ତାଙ୍କୁ ଲୁଟୁଛନ୍ତି ରାଜ୍ୟ ସରକାର।ବିଦ୍ୟୁତ ବଳକା ରାଜ୍ୟ ଓଡିଶା ଏବେ ବିଦ୍ୟୁତ ଜଳକା ରାଜ୍ୟ ରେ ପରିଣତ ହୋଇଛି। ରାଜ୍ୟରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ହେଉଛି। ଗାଁରୁ ସହର ସବୁଠି ଅବସ୍ଥା ସାଂଘାତିକ।ଏବେ ସରକାର ଉଦାସ । ରାଜ୍ୟ ବିଦ୍ୟୁତ ନିୟମାକ ଆୟୋଗ ବା ଓଇଆରସି ସରକାରଙ୍କ ହାତରେ କଣ୍ଢେଇ ଭଳି ବ୍ୟବହାର ହେଉଛି।

ଉଦାହରଣ ଭାବେ ବେଦାନ୍ତ କମ୍ପାନୀର ଯୋଜନାକୁ ବିଚାରକୁ ନିଆଯାଇପାରେ । ରାଜ୍ୟ ସରକାରଙ୍କୁ ନଜଣାଇ ଅତି ଚତୁରତାର ସହିତ ବେଦାନ୍ତ କମ୍ପାନୀ ନିଜ ଆବଶ୍ୟକତା ପୂରଣ ପାଇଁ ରାଜ୍ୟକୁ ବିଦ୍ୟୁତ ବିକ୍ରି କରିପାରିବ ନାହିଁ ବୋଲି ସ୍ପଷ୍ଟ କଲା। ରାଜ୍ୟ ସରକାରଙ୍କ ଅଜାଣତରେ ତାଙ୍କୁ ସ୍ୱୀକୃତି ମିଳିଗଲା।  ଥରେ ନୁହେ ବାରମ୍ବାର ଏଭଳି ଘଟୁଛି  ତେଣୁ କାହା ସ୍ୱାର୍ଥରେ ବିଦ୍ୟୁତ ଆବଣ୍ଟନ ହେଉଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ।ଏଥିପାଇଁ ତୁରନ୍ତ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ଏହି ଦାବି ଗୁଡିକ ଯଦି ରାଜ୍ୟ ସରକାର ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ କଂଗ୍ରେସ ଟାଟା ପାୱାର ଅଫିସ ଘେରାଉ କରିବ ବୋଲି ଚେତାବନୀ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.