ଖେଳ ହେଲା କାଳ, ଏବେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ମରଣ ସହ ଲଢ଼ୁଛି ୮ ବର୍ଷର ଅଂଶୁମାନ

ବେଙ୍ଗାଲୁରୁ (କେନ୍ୟୁଜ) : କଥାରେ ଅଛି ପିଲା ଖେଳ ବେଳେ ବେଳେ କାଳ ପାଲଟି ଯାଏ । ଛୋଟ ଛୋଟ ପିଲାମାନେ ଅଜାଣତରେ ଦୁର୍ଘଟଣାର ଶିକାର ହୁଅନ୍ତି । ଅନେକ ସମୟରେ ମୃତ୍ୟୁ ସହ ସଂଘର୍ଷ କରି କରି କିଏ ବଞ୍ଚି ଯାଏ ତ ଆଉ କିଏ ପଡ଼େ ମୃତ୍ୟୁ ମୁଖରେ । ଏହିପରି ଏକ ଘଟଣା ଘଟିଛି ବେଙ୍ଗାଲୁରୁରେ । ଏଠାରେ ବାପା ମା’ଙ୍କ ସହ ରହୁଥିବା ଜଣେ ୮ ବର୍ଷର କୁନି ପିଲା ଅଜାଣତରେ ଏକ ଦୁର୍ଘଟଣାର ଶିକାର ହେଲା । ଅତି ଅଜବ ଓ ଆଶ୍ଚର୍ଯ୍ୟଜନକ ଥିଲା ଏହି ଦୁର୍ଘଟଣା । ଏବେ ପିଲାଟି ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଜୀବନ ମରଣ ସହ ଲଢ଼ୁଛି ।

ଏପଟେ ସମସ୍ତଙ୍କ ସହଯୋଗ ସାହାଯ୍ୟ ସହିତ ଧାର ଉଧାର କରି ଏବେ ସୁଦ୍ଧା ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି ମା, ବାପା । ଏବେ ଅର୍ଥ ଅଭାବରୁ ଚିକିତ୍ସାରେ ପ୍ରତିବନ୍ଧକ ସୃଷ୍ଟି ହେଲାଣି । କାନ୍ଦି କାନ୍ଦି ଆମ ଆଗରେ ଓଡ଼ିଶା ସରକାର ଓ ଜନସାଧାରଣଙ୍କୁ ସାହାଯ୍ୟ ସହଯୋଗ ପାଇଁ ନିବେଦନ କରିଛନ୍ତି ଏହି ଦମ୍ପତି।

ବେଙ୍ଗାଲୁରୁରେ ରହୁଛନ୍ତି ଅଲେଖ ଦାସ । ତାଙ୍କ ନିଜ ଘର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଢ଼ିଆ ଗାଁରେ । ଅଲେଖଙ୍କ ୮ ବର୍ଷର ପୁଅ ଅଂଶୁମାନ ଏବେ ଜୀବନ ମରଣ ଭିତରେ ଚିକିତ୍ସାଧୀନ ଅଛି। ବେଙ୍ଗାଲୁରୁ ଏଚଏସ ଆର ଲେଆଉଅଟ ସୋମସନ୍ଦ୍ରା ପାଲିଆରେ ବାପା ଓ ମାଙ୍କ ସହ ରହୁଛି ଅଂଶୁମାନ। ବାପା ଅଲେଖ ରୋଷେଇ କରନ୍ତି । ବିଭିନ୍ନ ଅପାର୍ଟମେଣ୍ଟ ମାନଙ୍କରେ ରୋଷେଇ କରି ପେଟ ପୋଷନ୍ତି । ମାସକୁ ପ୍ରାୟ ୧୦ରୂ ୧୫ ହଜାର ରୋଜଗାର ହୁଏ । ଏଥିରେ ପୂରା ପରିବାର ଚଳି ଯାଆନ୍ତି । ଗତ ଫେବୃଆରୀ ୫ ତାରିଖ ଦିନ ଏଇ ସୁଖୀ ସଂସାର ଉପରେ ଅଚାନକ ଏକ ବିପଦ ମାଡ଼ି ଆସିଲା । ଅଂଶୁମାନ ସନ୍ଧ୍ୟାରେ ପାଠ ପଢିବା ସମୟରେ ନିଜ ଅଣ୍ଟାରେ ଥିବା ବେଲ୍ଟକୁ ମୁଣ୍ଡ ବାଟେ କାଢୁଥିଲା । ତେବେ ଏ ଖେଳଟି ତାକୁ ଭାରୀ ପଡ଼ିଲା । ଏହି ସମୟରେ ହଠାତ୍‌ ସେ ପଲଙ୍କରୁ ତଳକୁ ଗଳି ପଡ଼ିଲା । ଫଳରେ ବେଲ୍ଟଟି ବେକରେ ଭିଡି ହୋଇ ଯାଇଥିଲା । ଚିତ୍କାର କରି ଉଠିଥିଲା ଅଂଶୁମାନ । ଚିତ୍କାର ଶୁଣି ମା ଧାଇଁ ଆସି ଦେଖନ୍ତି ପୁଅର ଆଉ ହୋସ ନାହିଁ । ସଙ୍ଗେ ସଙ୍ଗେ ତାକୁ ସ୍ଥାନୀୟ ନାରାୟଣ ମେଡିକାଲ ନେଇଯାଇଥିଲେ । ପରେ ସେଠାରେ ଡାକ୍ତର ମାନା କରିଦେବାରୁ ତାକୁ ସେଣ୍ଟଜନ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର କହିଲେ ଭରସା ଛାଡିଦିଅ । ବାପା ମା କାକୁତି ମୀନତି ହେବା ପରେ ଅଂଶୁମାନକୁ ଆଇସିୟୁରେ ରଖା ଯାଇଛି ।

ତାକୁ ବେକ ବାଟେ ଅକ୍ସିଜେନ ଦିଆଯାଉଛି । ଭଲ ହେବା ପାଇଁ ଅତି କମ୍‌ରେ ୩ ମାସ ଆଇସିୟୁରେ ରହିବ ପୁଅ । ଏହା ପରେ ତାର ଲମ୍ବା ସମୟ ଧରି ଚିକିତ୍ସା କରିବାକୁ ପଡ଼ିବ । … ଏପଟେ ପୁଅର ଜୀବନ ବଞ୍ଚାଇବା ପାଇଁ ବାପା ମା ଅନେକ ଟଙ୍କା କରଜ କରି ସାରିଲେଣି । ଏବେ ସୁଦ୍ଧା ପ୍ରାୟ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି । ପାଖରେ ଆଉ ଟଙ୍କା ନାହିଁ । ଅଂଶୁମାନର ଚିକିତ୍ସା ବ୍ୟୟ ବହୁଳ ହେଉଛି । ତେଣୁ ବାପା ମା କରିବେ କଣ ଏବେ ସେଇ ଚିନ୍ତାରେ । ସେଥିପାଇଁ କାନ୍ଦି କାନ୍ଦି ଓଡ଼ିଶା ସରକାର ଓ ଜନସାଧାରଣଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।

ସାହାଯ୍ୟ ସହଯୋଗ ପାଇଁ ଏଥିରେ ଯୋଗାଯୋଗ କରନ୍ତୁ

ଏକାଉଣ୍ଟ ନମ୍ବର-୩୬୭୮୨୮୫୪୭୫୧ (36782854751)
IFSC-SBIN0013585
ବ୍ରାଞ୍ଚ-ଅଗରପଡା
ମୋବାଇଲ ନମ୍ବର-୮୧୪୭୯୭୯୨୨୩ (8147979223)
ଫୋନ ପେ ନମ୍ବର-୭୬୭୬୨୬୭୭୯୬ (7676267796)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.