ଆଜି ସୁସ୍ଥ ହେଲେ ୩୫୭୮ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ୮୬୭୪୦୨ କୁ ବୃଦ୍ଧି

ଭୂବନେଶ୍ୱର : ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୩୫୭୮ ଜଣ ଆକ୍ରାନ୍ତ । ଆଜିର ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୭ ହଜାର ୪୦୨ ରେ ପହଞ୍ଚିଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, କଟକ ଜିଲ୍ଳାରୁ ୪୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୩୪୬, ବାଲେଶ୍ୱର ୨୬୨, ପୁରୀ ୨୧୩, ଭଦ୍ରକ ୧୫୮, ମୟୁରଭଞ୍ଜ ୧୫୬, କେନ୍ଦ୍ରାପଡ଼ା ୧୩୯, ଜଗତସିଂହପୁର ୧୨୦, ସୁନ୍ଦରଗଡ଼ ୧୧୯ ଜଣ,ଅନୁଗୁଳରୁ ୧୧୬ ଜଣ ଆକ୍ରାନ୍ତ, ନୟାଗଡ଼ରୁ ୧୧୨, କୋରାପୁଟରୁ ୯୦, ରାୟଗଡ଼ା ୮୭ ଓ ଢ଼େଙ୍କାନାଳରୁ ୮୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ ୭୬ ଜଣ, ମାଲକାନଗିରି ୫୫, ବରଗଡ଼ ୫୩, କେଉଁଝର ୪୪, କଳାହାଣ୍ଡି ୪୩, ବଲାଙ୍ଗୀର ୪୦, କନ୍ଧମାଳ ୪୦, ବୌଦ୍ଧ ୩୫, ଗଞ୍ଜାମ ୩୦, ଗଜପତି ଓ ସମ୍ବଲପୁର ୨୮ ଲେଖାଏଁ , ସୋନପୁର ୨୭, ଦେଓଗଡ଼, ଝାରସୁଗୁଡା ଓ ନୂଆପଡ଼ାରୁ ୧୨ ଜଣ ଲେଖାଏଁ ଏବଂ ରାଜ୍ୟ ପୁଲ୍‌ରୁ ୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରୁ ମୋଟ୍‌ ସୁସ୍ଥ ସଂଖ୍ୟା ପହଞ୍ଚିଛି ୮ ଲକ୍ଷ ୬୭ ହଜାର ୪୦୨ ରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.