IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କିଏ କେଉଁଠିକି ଗଲେ

ଭୁବନେଶ୍ୱର଼(କେ ନ୍ୟୁଜ): ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ । ପ୍ରେମଚନ୍ଦ୍ର ଚୌଧୁରୀ ହେଲେ WODCର ସିଇଓ । ବଦଳିଲେ ମାଲକାନଗିରି ଜିଲ୍ଲାପାଳ ଡ. ୱାଇ ବିଜୟ । ତାଙ୍କ ସ୍ଥାନରେ ବିଶାଲ ସିଂକୁ ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱ ମିଳିଛି । ମୋନୀଷା ବାନାର୍ଜୀଙ୍କୁ ବରଗଡ଼ ଜିଲ୍ଲାପାଳ ଦାୟିତ୍ୱ । ଗଜପତି ଜିଲ୍ଲାପାଳ ହେଲେ ଲିଙ୍ଗରାଜ ପଣ୍ଡା । ଅନୁପମ ଶାହା ହେଲେ OSEPA ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ।

ପଶୁ ସମ୍ପଦ ବିଭାଗ ନିର୍ଦ୍ଦେଶକ ଭାବେ ୟେଦୁଲ୍ଲା ବିଜୟଙ୍କୁ ଦାୟିତ୍ୱ ମିଳିଛି । ସୁରେଶ କୁମାର ବଶିଷ୍ଟଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ଦାୟିତ୍ୱ । IPICOL ଏମ୍‌ଡି ହେଲେ ଭୁପିନ୍ଦର ସିଂ ପୁନିଆ । ଦିବ୍ୟ ଜ୍ୟୋତି ପରିଡ଼ାଙ୍କୁ ରାଉରକେଲା ଏଡିଏମ୍‌ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

NOTI_1

NOTE-2

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.