ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ୱର (କେନ୍ୟୁଜ୍‌) : ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦେହାନ୍ତ । ଏକ ସଡ଼କ ଦୁର୍ଘଟଣାରେ କିଛି ସମୟ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ଉପକଣ୍ଠ ଯାଆଁଳା ମେଡିକାଲ ଛକ ନିକଟରେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା । ଯାଆଁଳା ପୋଲିସ୍‌ ଏ ଠାରୁ ଏ ନେଇ ସୂଚନା ମିଳିଛି ।

ଅନେକ ଦିନ ଧରି ସମ୍ବାଦ ଖବର କାଗଜରେ କାମ କରିବା ପରେ ସେ ସ୍ୱାଧୀନ ଭାବରେ ନିଜେ ପତ୍ରିକା ପ୍ରକାଶ କରୁଥିଲେ । ରାଜ୍ୟର ଜଣେ ଆଗଧାଡ଼ିର ସାମ୍ବାଦିକ ଭାବେ ତାଙ୍କର ପରିଚୟ ରହିଛି । ଅନେକ ବର୍ଷ ପୂର୍ବରୁ ତାଙ୍କର ପତ୍ନୀ ସାହିତ୍ୟିକା ଜ୍ୟୋସ୍ନା ରାଉତରାୟଙ୍କର ମଧ୍ୟ ଦେହାନ୍ତ ହୋଇଥିଲା ।

JIMUT MANGARAJ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.