ଏଣିକି କମ୍ପାନୀ ଗୁଡ଼ିକ ଅଗ୍ନିଶମ ସୁରକ୍ଷା ପ୍ରମାଣ ପତ୍ର ରଖିବାରେ ବିଫଳ ହେଲେ ହେବେ ଦଣ୍ଡିତ, ବିଧାନସଭାରେ ପାରିତ ହେଲା ଓଡ଼ିଶା ଅଗ୍ନିଶମ ସଂଶୋଧନ ବିଲ୍ ୨୦୨୨

କେନ୍ୟୁଜ୍(ବ୍ୟୁରୋ): ବିଧାନସଭାରେ ପାରିତ ହେଲା ଓଡ଼ିଶା ଅଗ୍ନିଶମ ସଂଶୋଧନ ବିଲ୍ ୨୦୨୨। ଓଡ଼ିଶାରେ ଅଗ୍ନି ନିରୋଧ ଓ ଅଗ୍ନିନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ଅଗ୍ନିଶମ ସେବା ଅଧିନିୟମ ୧୯୯୩ ପ୍ରଣୟନ ହୋଇ କାର୍ଯ୍ୟକାରୀ ହୋଇଆସୁଛି। ଏଣିକି କମ୍ପାନୀ ଗୁଡ଼ିକ ଅଗ୍ନିଶମ ସୁରକ୍ଷା ପ୍ରମାଣ ପତ୍ର ରଖିବାରେ ବିଫଳ ହେଲେ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି।ଏହି ବିବାଦର ଆପୋଷ ସମାଧାନ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି ‌।ଅଗ୍ନିଶମ ସେବା ନିର୍ଦ୍ଦେଶକ କିମ୍ବା ଅନ୍ୟ ପ୍ରାଧିକୃତ ଅଧିକାରୀ ଦ୍ବରା ଜାରି ବିଜ୍ଞପ୍ତି ଆଦେଶ ଅଧିଗ୍ରହଣକୁ ପାଳନ କରିବାରେ ଅସମର୍ଥ ହେଲେ ଏହା ଆପୋଷ ସମାଧାନ ଭୁକ୍ତ ହେବ ନାହିଁ।

ଅଗ୍ନିନିବାରଣ ବା ଅଗ୍ନିନିର୍ବାପନ ସମ୍ବନ୍ଧୀୟ ସମସ୍ତ ମାମଲା ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଦ୍ଵାରା ବିଚାର ବ୍ୟବସ୍ଥା ରହିଛି। ଅଗ୍ନିଶମ ସେବା ନିର୍ଦେଶକ କିମ୍ବା ତାଙ୍କ ଦ୍ବାରା ପ୍ରାଧିକୃତ ଅଧିକାରୀଙ୍କ ଲିଖିତ ଅଭିଯୋଗ ବିନା କୈାଣସି ନ୍ୟାୟାଳୟ ଅଗ୍ନିଶମ ନିୟମ ଉଲ୍ଲଙ୍ଘନ ଜନିତ ଅପରାଧକୁ ଧ୍ୟାନକୁ ନେବେ ନାହିଁ। ଅଗ୍ନିଶମ ସେବା ଅଧିନିୟମ କାର୍ଯକାରୀ କରିବା ହେତୁ ଆଗତ ଅଭିଯୋଗ ଗୁଡିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ ପାଇଁ ପ୍ରଥମ ଅପିଲ କର୍ତୃପକ୍ଷଙ୍କ ଓ ଦ୍ବିତୀୟ ଅପିଲ କର୍ତୃପକ୍ଷ ବ୍ୟବସ୍ଥା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.