ଓଡିଶା ଝିଅ ମୋନା ମିନାକ୍ଷୀ ମଞ୍ଜରୀ ଭୁକ୍ତି ଜର୍ମାନୀର ଜୋହାନ୍‌ସ ଗୁଟେନବର୍ଗ ବିଶ୍ୱବିଦ୍ୟାଳୟରେ ଗବେଷଣା ପାଇଁ ମନୋନୀତ

ଦେବଗଡ: ଦେବଗଡ କଚେରି ସାହିର ମୋନା ମିନାକ୍ଷୀ ମଞ୍ଜରି ଭୁକ୍ତା ଜର୍ମାନୀର ଜୋହାନ୍ସ ଗୁଟେନବର୍ଗ ବିଶ୍ୱ ବିଦ୍ୟାଳୟ ମାଇଞ୍ଜରେ ନାନୋମାଗନାଟିଜମ ଏବଂ ସ୍ପିନୋଟ୍ରନିକ୍ସ କ୍ଷେତ୍ରରେ ଯୁବ ଅନୁସନ୍ଧାନ ସହେଯାଗୀ ଭାବେ ମନୋନୀତ ହୋଇଛନ୍ତି । ଯାହା ଫଳରେ ଦେବଗଡ ଜିଲ୍ଲାର ସବୁ ମହଲରେ ଖେଳି ଯାଇଛି ଖୁସିର ଲହରି।

ମିନାକ୍ଷୀ ନାନୋମାଗ୍ନେଟିଜମ୍‌ ଏବଂ ସ୍ପିନୋଟ୍ରନିକ୍ସ କ୍ଷେତ୍ରରେ ଯୁବ ଅନୁସନ୍ଧାନ ସହଯୋଗୀ ଭାବେ କାର୍ଯ୍ୟ କରିବେ । ମୋନା ମିନାକ୍ଷୀ ସ୍ପିନ ଟେକ୍ସଚରର ଉଚ୍ଚ ସ୍ପେସିଆଲ ରିଜୋଲ୍ୟୁସନ ମାଗନେଟିକ ଇମେଜିଂରେ ଅନୁସନ୍ଧନା କରିବେ । ଯାହା ଦ୍ୱାରା ଅଲଟ୍ରା ଲୋ ପାୱାର ସହିତ ପେନ ଡ୍ରାଇବ, ହାର୍ଡ ଡିସ୍କ, ରାମ ଆଦି ଷ୍ଟୋଜେର ଡିଭାଇସର ଆକାରକୁ ହ୍ରାସ କରାଯାଇପାରିବ ବୋଲି ମୋନା ମିନାକ୍ଷୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.