ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା: କହିଲେ ବିଭିନ୍ନ ଜାଗାରେ ପାଳନ ହୋଇଛି ରଥଯାତ୍ରା, ବଢିପାରେ ସଂକ୍ରମଣ

ଭୁବନେଶ୍ୱର (କେନ୍ୟୁଜ୍): ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ରାଜ୍ୟରେ ୧୦ ରୁ ୧୫ ଦିନ ମଧ୍ୟରେ ଅଧିକ ମାତ୍ରାରେ ବଢ଼ିପାରେ ସଂକ୍ରମଣ । ଆସନ୍ତାକାଲି ରଥଯାତ୍ରା ବିଭିନ୍ନ ଜାଗାରେ ପାଳନ କରାଯାଇଛି।  ଯଦି କୌଣସି ସଂକ୍ରମଣ ହୋଇଥିବ ତାହା ୧୦-୧୫ ଦିନ ମଧ୍ୟରେ ଜଣାପଡିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ଏହା ସେ କହିଛନ୍ତି,  ରାଜ୍ୟରେ ୧୦ ରୁ ୧୫  ଦିନ ହେବ ବଢୁଛି ପଜିଟିଭ୍ ସଂଖ୍ଯା, ହେଲେ ପ୍ରୋଗ୍ରେସ ସ୍ଲୋ ଅଛି । ହସ୍ପିଟାଲିଟି ବଢିନାହିଁ କି ଫାଟାଲିଟି ମଧ୍ୟ ବଢ଼ିନାହିଁ । ଆମ ରାଜ୍ୟ ଅପେକ୍ଷା ଅନ୍ୟ ରାଜ୍ୟରେ ବେଶି ବଢୁଛି। ତେଣୁ ଆମେ ଧର୍ଯ୍ୟହରା ହେବା ନାହିଁ । କୋଭିଡ ପାଇଁ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି। ତେଣୁ ଜନସାଧାରଣ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ବୋଲି ଅପିଲ କରିଛନ୍ତି।

ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ବିଭାଗ ପକ୍ଷରୁ କରାଯାଉଛି । ଯେଉଁଥିରେ ହେଲଥ ୱାର୍କର ମାନେ ବୁଲି ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ ଖୋଜି ବାହାର କରିବା ସହ ସେମାନଙ୍କ ଟେଷ୍ଟ କରାଉଛନ୍ତି । ଅନ୍ୟପଟେ ଯାହାର ଲକ୍ଷଣ ଦେଖାଦେଉଛି ସେମାନେ ସ୍ୱତପ୍ରବୃତ ଟେଷ୍ଟ କରନ୍ତୁ। ଯେଉଁମାନଙ୍କର ଟିକା ନେବାର ଅଛି ସେମାନେ ଟିକା ନିଅନ୍ତୁ । ଅଯଥା ଗହଳିକୁ ଯାଆନ୍ତୁ ନାହିଁ, ମାସ୍କ ସବୁବେଳେ ବ୍ୟବହାର କରନ୍ତୁ। ମାସ୍କ ବାଧ୍ୟତା ମୂଳକ କିମ୍ବା ଏନ୍ଫୋରସମେଣ୍ଟ ଅଲଗା କଥା କିନ୍ତୁ ଲୋକ ନିଜେ ସଚେତନ ହେବା ଦରକାର ଓ ନିୟମ ପାଳନ କରିବା ଦରକାର ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.