ଓଡିଶା ହାଇକୋର୍ଟଙ୍କ ଭର୍ଚୁଆଲ କୋର୍ଟ ବା ଭିସି କ୍ୟାବିନ ଉଦ୍‌ଘାଟିତ

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟଙ୍କ ଭର୍ଚୁଆଲ କୋର୍ଟ ବା ଭିସି କ୍ୟାବିନ ଉଦ୍‌ଘାଟିତ । ୧୦ଟି ଜିଲ୍ଲାରେ ଏହି ବ୍ୟବସ୍ଥାକୁ ଭର୍ଚୁଆଲରେ ଉଦ୍‌ଘାଟନ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼। ଜୁଡିସିଆଲ ଏକାଡେମୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧରଙ୍କ ସମେତ ସମସ୍ତ ବିଚାରପତି ଯୋଗଛନ୍ତି । ବାଲେଶ୍ୱର, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଭଦ୍ରକ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ବଲାଙ୍ଗୀର, କୋରାପୁଟ ଜିଲ୍ଲାର ଜୟପୁର, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ଏହି ଭିସି କୋର୍ଟ ଉଦଘାଟିତ ହୋଇଛି।

ପ୍ରାଥମିକ ପର୍ଯ୍ୟାୟରେ ଏହି ୧୦ଟି ଜିଲ୍ଲାରେ ଭିସି କ୍ୟାବିନ ସ୍ଥାପିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଜିଲ୍ଲାରେ ଏହି ସୁବିଧା ଉପଲବ୍‌ଧ ହେବ। ଏହି ସମସ୍ତ ଜିଲ୍ଲାରୁ ଏବେ ହାଇକୋର୍ଟର ଭର୍ଚୁଆଲ କୋର୍ଟ କାର୍ଯ୍ୟ କରିବ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ନେଇ ଆନ୍ଦୋଳନ ଚାଲିଥିବା ବେଳେ ଭର୍ଚୁଆଲ କୋର୍ଟ ସ୍ଥାପନ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଭର୍ଚୁଆଲ କୋର୍ଟ ସ୍ଥାପନ କରିବାକୁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.