ମିଶରର ମମିକୁ ନେଇ ଆସିଲା ବଡ ତଥ୍ୟ, ବୈଜ୍ଞାନିକମାନେ ବି ହୋଇଗଲେ କାବା

ନୂଆଦିଲ୍ଲୀ : ମିଶରର ମମିକୁ ନେଇ ବହୁ ରୋମାଞ୍ଚକର ତଥ୍ୟ ସର୍ବଦା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ହେଲେ ମମିକୁ ନେଇ କୌଣସି ଅନ୍ତିମ ନିର୍ଣ୍ଣୟ ହୋଇ ପାରିନାହିଁ । ନିକଟରେ ବୈଜ୍ଞାନିକମାନେ ମମି ସମ୍ପର୍କରେ ବହୁ ରୋମାଞ୍ଚକର ତଥ୍ୟ ପ୍ରକାଶ କରିଛନ୍ତି । ବୈଜ୍ଞାନିକମାନେ ପ୍ରାଚୀନ ମମିକରଣରେ ବ୍ୟବହୃତ ହେଉଥିବା ପାତ୍ର (କଟୋରୀ) ସାହାଯ୍ୟରେ ପ୍ରାଚୀନ ମିଶରର ଶବ ସଂରକ୍ଷିତ ପାଇଁ ବ୍ୟବହୃତ ହେଉଥିବା ତରଳ ପଦାର୍ଥ ସମ୍ପର୍କରେ କିଛି ତଥ୍ୟ ଜାଣିବାକୁ ପାଇଛନ୍ତି ।

ଏହି ସବୁ ତରଳ ପଦାର୍ଥ ଭାରତ ଭଳି ଏସିଆ ଦେଶ,ଲେବାନନରୁ ଆଣୁଥିଲେ । ୨୦୧୬ ରେ ୩୧ ଟି ଅସାଧାରଣ ଚାଇନା ପାତ୍ର ୪୨ ଫୁଟ ଏକ କୂଅ ମଧ୍ୟରୁ ପାଇଥିଲେ । ଯାହାକି ସେତେବେଳେ ମମିକଣରରେ ବ୍ୟବହୃତ ହେଉଥିଲା । ଏହି ସବୁ ପାତ୍ରରେ ୬୬୪-୫୨୫ ଇଷା ପୂର୍ବର ବହୁ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଛି । ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ ମମିକରଣରେ ବ୍ୟବହୃତ ରାସାୟନିକ ପଦାର୍ଥ ଲେବାନନର ଦେବଦାରୁ ଗଛର ତେଲ ଓ ମୃତ ସାଗରରୁ ମିଳୁଥିବା କୋଲତାର ବୋଲି ଜଣାଯାଇଛି ।

ପ୍ରାଚୀନ ମିଶର ଲୋକ ମୃତ ବ୍ୟକ୍ତିଙ୍କ ଦେହରେ ଯେଉଁ ଲେପ ଲଗାଉଥିଲେ ତାହା ବହୁତ ଉନ୍ନତ କିସମର ଥିଲା । ସେମାନଙ୍କର ବିଶ୍ୱାସ ଥିଲା ଏହି ଲେପ ଲଗାଇ ଶବକୁ ବହୁଦିନ ସଂରକ୍ଷଣ କରି ରଖାଯାଉଥିଲା । ପ୍ରାଚୀନ ମିଶରବାସୀଙ୍କର ବିଶ୍ୱାସ ଥିଲା ଯେ ଶବକୁ ସଂରକ୍ଷଣ ରଖାଗଲେ ସେ ଆସନ୍ତା ଜନ୍ମରେ ପହଞ୍ଚି ଯାଇଥାନ୍ତି । ବୈଜ୍ଞାନିକମାନେ ମମିକରଣ ପ୍ରକ୍ରିୟାକୁ ପୁଣିଥରେ ଲ୍ୟାବରେ କରିଥିଲେ ଯେଉଁଠି ପ୍ରାୟ ୭୦ ଦିନ ଲାଗିଥିଲା । ମମିକରଣରେ ଲାଗୁଥିବା ଦ୍ରବ୍ୟ ଆଣ୍ଟିଫୁଙ୍ଗାଲ ଓ ଆଣ୍ଟି ବ୍ୟାକ୍ଟେରିରଆଲ ଗୁଣ ରହିଥିଲା ଯାହା ମଣିଷକୁ ଦୁର୍ଗନ୍ଧରୁ ରକ୍ଷା କରୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.