ଓଡିଶା ହାଇକୋର୍ଟରେ ତିନି ବରିଷ୍ଠ ବିଚାରପତିଙ୍କ ଅଦାଲତକୁ ବାର୍ ଆସୋସିଏସନଙ୍କ ବର୍ଜନ

ଓଡିଶା ହାଇକୋର୍ଟରେ ତିନି ବରିଷ୍ଠ ବିଚାରପତିଙ୍କ ଅଦାଲତକୁ ହାଇକୋର୍ଟ ବାର୍ ଆସୋସିଏସନ ବର୍ଜନ ଆସନ୍ତା ୩ ତାରିଖ ପର‌୍ୟ୍ୟନ୍ତ ଜାରି ରହିବ। ଏନେଇ ଆସୋସିଏନର କାଉନସିଲ ବୈଠକରେ ଆଜି ନିଷ୍ପତ୍ତି ହୋଇଛି । ହାଇକୋର୍ଟ ବିଚାରପତି ପଦବୀ ପୂରଣ ଓ କେବଳ ହାଇକୋର୍ଟରେ ନିୟମିତ ପ୍ରାକ୍ଟିସନରଙ୍କୁ ବିଚାରପତି ପାଇଁ ତିନି ବରିଷ୍ଠ ବିଚାରପତିଙ୍କ ଅଦାଲତକୁ ହାଇକୋର୍ଟ ବାର୍ ଆସୋସିଏସନ ବର୍ଜନ ଆସନ୍ତା ୩ ତାରିଖ ପର‌୍ୟ୍ୟନ୍ତ ଜାରି ନାଁ ସୁପାରିଶ ଦାବିରେ ଗତ ୧୭ ତାରିଖରୁ ଆସୋସିଏନ ଅଦାଲତ ବର୍ଜନ ଆନ୍ଦୋଳନ ଚଳାଇଛି ।

ଅନ୍ୟ ପଟରେ ଗତ ସପ୍ତାହରେ ଦିଲ୍ଲୀ ଯାଇଥିବା ଆସୋସିଏସର ୪ ଜଣିଆ ଟିମ୍ ଓଡିଶା ଫେରିଛନ୍ତି। ଦିଲ୍ଲୀରେ ଏହି ଟିମ୍ କେନ୍ଦ୍ର ଆଇନ ମନ୍ତ୍ରୀ ଓ ପ୍ରଧାନବିଚାରପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ବାର କାଉନସିଲ ଅଫ ଇଣ୍ଡିଆର ସଭାପତି ଓ ସୁପ୍ରିମକୋର୍ଟ ବିଚାରପତି ତଥା ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭିନୀତ ଶରଣଙ୍କୁ ମଧ୍ୟ ଭେଟିଛନ୍ତି। କେନ୍ଦ୍ର ଆଇନମନ୍ତ୍ରୀ ଓ ପ୍ରଧାନ ବିଚାରପତିଙ୍କ ଠାରୁ ସକାରାତ୍ମକ ପ୍ରତିଶ୍ରୁତି ମିଳିଥିବା ହାଇକୋର୍ଟ ବାର ଆସୋସିଏସନ ସମ୍ପାଦକ କହିଛନ୍ତି। ଆସନ୍ତା ୩ ତାରିଖ ପୁଣି କାଉନସିଲ ବୈଠକ ବସି ପରବର୍ତ୍ତୀ କାର‌୍ୟ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.