ମୋ ସରକାରରେ ସାମିଲ ହେଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଲୋକସେବା ଭବନରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):ମୋ ସରକାରରେ ସାମିଲ ହେଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଜନସାଧାରଣଙ୍କ ଠାରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବ ଫୋନ ଯୋଗେ ହିତାଧିକାରୀଙ୍କ ଫିଡବ୍ୟାକ ନେବେ । ରାଜ୍ୟର ସମସ୍ତ ସହରାଂଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଜାଗା ମିଶନ ମାଧ୍ୟମରେ ଗରିବଙ୍କୁ ଜମି ଯୋଗାଇ ଦିଆଯାଉଛି। ନିକଟରେ ଜାଗା ମିଶନ ପାଇଁ ରାଜ୍ୟକୁ ୱାର୍ଲଡ ହାବିଟାଟ ପୁରସ୍କାର ମିଳିଛି।

cm naveen pattnaik

ତେଣୁ ପ୍ରତ୍ୟେକ ସରକାରୀ କର୍ମଚାରୀମାନେ ଭାବିବା ଉଚିତ ଯେ ଜନସାଧାରଣ ହେଉଛି ସେମାନଙ୍କ ମାଷ୍ଟର। ସେହି ଅନୁସାରେ ଜନସାଧାରଣଙ୍କ ସହ ବ୍ୟବହାର କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ମ୍ୟୁନିସପାଲଟି ଓ ଏନଏସି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବିଭିନ୍ନ କାମରେ ନଗର ଉନ୍ନୟନ ବିଭାଗକୁ ଆସୁଥିବା ଜନସାଧାରଣଙ୍କୁ ହଇରାଣ ହରକତ ନ କରିବା ପାଇଁ ଫାଇଭ ଟି ସଚିବ କହିଛନ୍ତି। ଆଜିର ବୈଠକରେ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ସମେତ ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.