Below header

JNU ହିଂସା ଘଟଣାରେ ସନ୍ଦିଗ୍ଧଙ୍କ ଫଟୋ ଜାରି କଲା ଦିଲ୍ଲୀ ପୋଲିସ, ଛାତ୍ର ସଂଘ ସଭାପତି ଆଇଶୀ ଘୋଷ ସମେତ ରହିଛି ୯ ଜଣଙ୍କ ଫଟୋ

କେନ୍ୟୁଜ୍(ବ୍ୟୁରୋ):  ଜେଏନ୍‌ୟୁ ହିଂସା ଘଟଣାରେ ସନ୍ଦିଗ୍ଧଙ୍କ ଫଟୋ ଜାରି କଲା ଦିଲ୍ଲୀ ପୋଲିସ । ଏଥିରେ ଜେଏନ୍‌ୟୁ ଛାତ୍ର ସଂଘ ସଭାପତି ଆଇଶୀ ଘୋଷ ସମେତ ୯ ଜଣଙ୍କ ନାଁ ରହିଛି । ହେଲେ ଏମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ସେମାନଙ୍କୁ ନୋଟିସ୍‌ ପଠାଯାଇ ସ୍ପଷ୍ଟୀକରଣ ମଗା ଯାଉଥିବା ପୋଲିସ କହିଛି । ତେବେ ଖୁବ୍‌ ଶୀଘ୍ର ସେମାନଙ୍କୁ ପଚରାଉଚରା କରାଯିବ । ପୋଲିସର ସୂଚନା ଅନୁସାରେ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌କୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଏହାକୁ ବାମପନ୍ଥୀ ଛାତ୍ର ବିରୋଧ କରୁଥିଲେ । ଜାନୁଆରୀ ତିନି ତାରିଖରେ ଷ୍ଟୁଡେଣ୍ଟ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ, ଅଲ ଇଣ୍ଡିଆ ଟେୁଡେଣ୍ଟ ଫେଡେରେସନ୍‌, ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ୍‌ ଓ ଡେମୋକ୍ରାଟିକ୍‌ ଷ୍ଟୁଡେଣ୍ଟ ଫେଡେରେସନ୍‌ର ସଦସ୍ୟମାନେ ସେଣ୍ଟ୍ରଲାଇଜ୍‌ ରେଜିଷ୍ଟ୍ରେସନ୍‌କୁ ବନ୍ଦ କରିବା ପାଇଁ ଜୋର ଜବରଦସ୍ତ ସର୍ଭର ରୁମ୍‌ରେ ପ୍ରବେଶ କରିଥିଲେ । ସେଠାରୁ କର୍ମଚାରୀଙ୍କୁ ବାହାର କରିବା ପରେ ସର୍ଭର ବନ୍ଦ କରିଦେଇଥିଲେ ।

ଏହା ପରେ ୪ ତାରିଖ ଦିନ ପୁଣି ଥରେ ସର୍ଭର ରୁମ୍‌ରେ ପଶି ଭଙ୍ଗାରୁଜା କରିଥିଲେ । ୫ ତାରିଖରେ କ୍ୟାମ୍ପସରେ ହିଂସା ହୋଇଥିଲା । ଛାତ୍ରଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀଙ୍କ ମଧ୍ୟରେ ଜେଏନ୍‌ୟୁ ଛାତ୍ର ସଂଘ ସଭାପତି ଆଇଶୀ ଘୋଷ ମଧ୍ୟ ଥିଲେ । ଏହା ପରେ ସଂଧ୍ୟାରେ ସାବରମତୀ ହଷ୍ଟେଲରେ କିଛି ମୁଖା ପିନ୍ଧା ଛାତ୍ର ହିଂସା ଘଟାଇଥିଲେ ।

jnu1

ସେମାନଙ୍କ ମଧ୍ୟରୁ କିଛି ଛାତ୍ରଙ୍କୁ ଚିହ୍ନଟ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ସେପଟେ ଜେଏନ୍‌ୟୁ ଛାତ୍ର ସଂଘ ସଭାପତି ଆଇଶୀ ଘୋଷ କହିଛନ୍ତି, ତାଙ୍କୁ ଆଇନ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ଭରସା ରହିଛି । ନିରପେକ୍ଷ ତଦନ୍ତ ହେବ, ତାଙ୍କୁ ନ୍ୟାୟ ମିଳିବ । ଦିଲ୍ଲୀ ପୋଲିସର ତାର ତଦନ୍ତ କରୁଛି, ହେଲେ ତାଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରମାଣ ରହିଛି । ଆଗକୁ ମଧ୍ୟ ଶାନ୍ତି ଓ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆଇଶୀ ଘୋଷ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.