ଟି ୨୦ : ଶେଷ ମ୍ୟାଚ୍‌ ଜିତିବାକୁ ଶ୍ରୀଲଙ୍କାକୁ ୨୦୨ ରନ୍‌ର ଟାର୍ଗେଟ୍‌ ଦେଲା ଟିମ୍‌ ଇଣ୍ଡିଆ

ପୁନେ : ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌ ଜିତିବା ପାଇଁ ଶ୍ରୀଲଙ୍କାକୁ ଟିମ୍‌ ଇଣ୍ଡିଆ ଦେଇ ୨୦୨ ରନ୍‌ର ଟାର୍ଗେଟ୍‌ । ଏହାପରେ ଭାରତ ବୋଲିଂ ଆରମ୍ଭ କରି ମାତ୍ର ଦେଢ଼ ଓଭରରେ ଶ୍ରୀଲଙ୍କାର ୨ଟି ଓ୍ଵିକେଟ୍‌ ଦଖଲ କରି ନେଇଛି ।
ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଘରୋଇ ଦଳ ୬ ଓ୍ଵିକେଟ୍‌ରେ ୨୦୧ ରନ୍‌ କରିଛି । ଓପନିଂରେ ଚମତ୍କାର ଖେଳ ଦେଖାଇବା ପରେ ଶେଷ ଭାଗରେ ହଡ଼ବଡ଼େଇ ଯାଇଥିଲେ ଭାରତର ଯୁବ ଖେଳିଳି । ଆଉ ଏହାର ଫାଇଦା ନେଇଥିଲେ ଶ୍ରୀଲଙ୍କା ବୋଲର୍‌ ।

ଭାରତ ପକ୍ଷରୁ ଓପ୍ନର କେ.ଏଲ୍‌ ରାହୁଲ ସର୍ବାଧିକ ୫୪ ରନ୍‌ (୩୬ ବଲ୍‌, ୫ ଚୌକା ଓ ୧ ଛକା), ଶିଖର ଧବନ୍‌ ୩୬ ବଲ୍‌ରୁ ୫୨ (୭ ଚୌକା, ୧ ଛକା), ମନୀଷ ପାଣ୍ଡେ ଅପରାଜିତ ୩୧ (୧୮ ବଲ୍‌), କୋହଲି ୧୭ ବଲ୍‌ରୁ ୨୬ (୨ ଚୌକା ଓ ୧ ଛକା) ଏବଂ ସାର୍ଦ୍ଦୁଲ ଠାକୁର ଅପରାଜିତ ୨୨ ରନ୍‌ (୮ ବଲ୍‌, ୧ ଛକା ଓ ୨ ଛକା) କରିଛନ୍ତି । ଶ୍ରୀଲଙ୍କା ପକ୍ଷରୁ ସନ୍ଦକାନ ୩ ଓ୍ଵିକେଟ୍‌ ଦଖଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.